ବାଣପୁର / ସମୀକ୍ଷା ନ୍ୟୁଜ:
ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ଅଞ୍ଚଳ ରେ ଅନେକ ଲଘୁ ଖଣିଜ ସମ୍ପଦ ମାନ ରହିଛି l କିଛି ଅସାମାଜିକ ମୁଷ୍ଟିମେୟ ବ୍ୟକ୍ତି ମାନେ ବେଆଇନ ଭାବେ କେଉଁଠୁ ପାହାଡ଼ ମାନ କାଟି ଲୁଟି ନେଉଛନ୍ତି ମୁରୁଜ ମାଟି ତ ଆଉ କୋଉଁଠୁ ପାହାଡିଆ ନାଲି ମରମ ମାଟି ଲୁଟି ନେଉଛନ୍ତି ଏଥିରେ ସରକାର ଙ୍କର କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି l ସ୍ଥାନୀୟ ପ୍ରଶାସନକୁ ଖୁଲମ ଖୁଲା ଚାଲେଞ୍ଚ କରି ଦିନ ଦିହିପ୍ରହରେ ଓ ରାତିରେ ଜେସିବି ଲଗାଇ ପାହାଡକୁ ଖୋଳି ମୁରୁଜ ମାଟି ସାଙ୍ଗକୁ ନାଲି ମରମ ମାଟି ଓ ପାହାଡ଼ ର ପଥର ମାନ ଭାଙ୍ଗି ଟ୍ରାକ୍ଟର, ଟ୍ରକ ଓ ଟ୍ରିପର ରେ ବୋହି ନେଉଛନ୍ତି ମାଟି ମାଫିଆ ମାନେ l ପାହାଡକୁ ସୁରକ୍ଷା ଦେବା ନିମନ୍ତେ ସ୍ଥାନୀୟ ଲୋକେ ଯେତେ ଅଭିଯୋଗ କଲେବି କାହିଁକି ଶୁଣୁନାହାନ୍ତି ପ୍ରଶାସନ ଅଧିକାରୀ ମାନେ l ଯାହା ଫଳରେ ସରକାରଙ୍କର ରାଜସ୍ବ ହାନି ହେବାସହ ପରିବେଶ ବିଗିଡ଼ିବାରେ ଲାଗୁଛି l ଦିନ ରାତି ବିଭିନ୍ନ ଗାଡି ମଟର ରେ ବେଆଇନ ଭାବେ ମୁରୁଜ ମାଟି ଓ ନାଲି ମରମ ମାଟି ବୁହା ଚାଲୁଥିବା ବେଳେ l ଏହାର ସିଧା ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ପଡୁଛି l ଏଭଳିଦୃଶ୍ୟ ଦେଖିବାକୁ ମିଳିଛି କୁଲେଇ ପଞ୍ଚାୟତ ମାନସିଂହ ପୁର ନିକଟସ୍ଥ ହରିଚନ୍ଦନ ପୁର ମୌଜାରେ ଥିବା ଡେଙ୍ଗେଇ ପାହାଡ଼ ଠାରେ l ଏବଂ ଅନ୍ୟ ଟି ହେଉଛି କୁଲେଇ ପଞ୍ଚାୟତ କାଲୁରିବାରୀ ମୌଜାରେ ଥିବା ମତ ପୋଖରା ନିକଟସ୍ଥ କିଛି ସ୍ଥାନରୁ ଦିନ ରାତି ବେଧଡ଼କ ଭାବରେ ଖୁଲମ ଖୁଲା ମୁରୁଜ ମାଟି ସାଙ୍ଗକୁ ନାଲି ମରମ ମାଟି ଚୋରା ଚାଲାଣ ଚାଲିଛି l ଏପରି ସ୍ଥଳେ କିଛି ଅସାମାଜିକ ବ୍ୟକ୍ତି ଦୀର୍ଘ ଧରି ହରିଚନ୍ଦନ ପୁର ମୌଜା ପଶ୍ୱରେ ଥିବା ପାହାଡକୁ ଦିନରାତି ଯେଶିବି ରେ ଖୋଳି ମୁରୁଜ ମାଟି ସାଙ୍ଗକୁ ପଥର ଭାଙ୍ଗି ନେବାରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l ପାହାଡ଼ ଖୋଳାକୁ ରୋକିବା ନିମନ୍ତେ ସ୍ଥାନୀୟ ପ୍ରଶାସକୁ ମୌଖିକ ଭାବେ ଅନେକ ଲୋକ ଜଣାଇ ଥିଲେବି l ସ୍ଥାନୀୟ ପ୍ରଶାସନ କାହିଁକି ନିରବ ସାଜିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି l ତେବେ ବାକିରହିଲା ସରକାର ଙ୍କ ର କେବେ ଏହା ଉପରେ ଦୃଷ୍ଟି ପଡିବ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l






