ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡ/ ସମୀକ୍ଷା ନ୍ୟୁଜ: 04-11-2026
ରାଜ୍ୟ ଓ଼ କେନ୍ଦ୍ର ସରକାର ଜନସାଧାରଣ ଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଅର୍ଥ ଅନୁମୋଦନ କରିଛନ୍ତି। ଯାହା ଠିକ ଭାବରେ କାର୍ଯ୍ୟକାରୀ ହେବା ସହ ଜନସାଧାରଣଙ୍କ ଉନ୍ନତି ହୋଇପାରିବ। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖା ଦେଇଛି। ନୂଆପଡା ଜିଲ୍ଲା କୋମନା ବ୍ଳକ କାଣ୍ଡେତରା ଗ୍ରାମ ପଞ୍ଚାୟତରେ ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାଟି ଉଦ୍ୟାନବନ୍ଧଠାରୁ ବଲାଙ୍ଗିର ଯିବା ମୁଖ୍ୟରାସ୍ତାର ନିର୍ମାଣ କାମ ଚାଲିଛି। ରାସ୍ତା ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ଏହା କେଉଁ ଯୋଜନାରେ, କେତେ ଟଙ୍କା ବ୍ୟୟ ଅଟକଳରେ ଏବଂ କାହା ଅନୁ ମୋଦନରେ ନିର୍ମାଣ ହେଉଛି, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଏପିଓ ଜିତେନ୍ଦ୍ର ସାହୁ, ଜେଇ ଗୁରୁ କିଷନ, ପିଇଓ ଗିରିଧାରୀ ତାଣ୍ଡି ଏବଂ ଜିଆରଏସ ଜ୍ୟୋତ୍ସାରାଣୀ ସାହୁ ଙ୍କୁ ପଚାରିବାରୁ ଏହି କାମ ବିଷୟରେ ସେମାନେ କିଛି ଜାଣିନଥିବା କହି ଛନ୍ତି। ତେବେ ପଞ୍ଚାୟତରେହେଉଥିବା ଏକ ସରକାରୀ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବ୍ଲକ ପ୍ରଶାସନର ସମ୍ପୃକ୍ତ କର୍ମଚାରୀ ଅବଗତ ନଥିବା ଘଟଣା ପ୍ରଶାସନିକ ତଦାରଖକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଉକ୍ତ ରାସ୍ତା ନିର୍ମାଣର ବୈଧତା, ଅନୁମୋଦିତ ପ୍ରକଳ୍ପ, ବ୍ୟୟ ଅଟକଳ, କାର୍ଯ୍ୟାଦେଶର ମାପ ଓ ସଠିକ ନଥୀପତ୍ର ଯାଞ୍ଚ କରିବା ସହ ଏହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।ତେଣୁକରି ଯେକୌଣସି କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଓ଼ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ କାର୍ଯ୍ୟ କରିବା ପାଇଁ ଜନ ସାଧାରଣ ଦାବୀ କରିଛନ୍ତି।






