ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୮ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

NABARANGPUR Emphasizes food Safety: ପାର୍ବଣ ଋତୁରେ ଖାଦ୍ୟ ସୁରକ୍ଷା ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ

NABARANGPUR Emphasizes food Safety: ପାର୍ବଣ ଋତୁରେ ଖାଦ୍ୟ ସୁରକ୍ଷା ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ – ସମୀକ୍ଷା ଖବର

ବିଭୁତି ପ୍ରସାଦ ପଣ୍ଡା ଜିଲ୍ଲା ପ୍ରତିନିଧି/ ନବରଙ୍ଗପୁର/,ସମୀକ୍ଷା ନ୍ୟୁଜ/ ୭ ନଭେମ୍ବର ୨୦୨୬:
ପାର୍ବଣ ଋତୁରେ ଜନସାଧାରଣଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏନଫର୍ସମେଣ୍ଟକୁ ଜରଦାର କରିଛି।

ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ପୌରପାଳିକା ଅଞ୍ଚଳରେ ଏକ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା। ଏହି ଅଭିଯାନ ସମୟରେ ପ୍ରାୟ ୧୦୦ କିଲୋଗ୍ରାମ୍ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ୧୦୦ କିଲୋଗ୍ରାମ୍‌ରୁ ଅଧିକ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀ ମଧ୍ୟରେ ଚିକେନ୍, ମାଛ, ଚିଙ୍ଗୁଡ଼ି, ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ଏଥିସହ କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବସାୟିକ କାର୍ଯ୍ୟରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ହେଉଥିବା ମଧ୍ୟ ଚିହ୍ନଟ କରାଯାଇଥିଲା।

NABARANGPUR Emphasizes food Safety: ପାର୍ବଣ ଋତୁରେ ଖାଦ୍ୟ ସୁରକ୍ଷା ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ – ସମୀକ୍ଷା

ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଅନୁଯାୟୀ ନିୟମ ଉଲ୍ଲଂଘନ ଯୋଗୁଁ ମୋଟ ୩୨,୦୦୦ (ବତିଶ ହଜାର) ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ମିଳିତ ଅଭିଯାନରେ ନବରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ମଜୁମଦାର ଓ ତାଙ୍କ ଟିମ୍; ପୌରପାଳିକାର ଏନଫୋର୍ସମେଣ୍ଟ ଟିମ୍‌ର ଜ୍ୟୋତି ପରିଚ୍ଛା, ଶଶାଙ୍କ ବେହେରା, ରାଜେନ୍ଦ୍ର ନାଥ ସାହୁ, କମଲୁ ମାଝୀ, ସାଗର ମହାପାତ୍ର, ମଧୁସୂଦନ ନାୟକ, ମୋହନ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଏଥିସହ ନବରଙ୍ଗପୁର ଥାନାର ଆଇଆଇସି ଶ୍ରୀ ସମ୍ବିତ କୁମାର ବେହେରା, ଏସ୍‌ଆଇ ଶ୍ରୀ ରଘୁନାଥ ହାଁସଦା ଏବଂ ଏସିଏସ୍‌ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ମଧ୍ୟ ଅଭିଯାନରେ ଅଂଶଗ୍ରହଣ କରିଥିଲେ।

ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା, ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଅନୁପଯୁକ୍ତ ବ୍ୟବହାରକୁ ନିୟନ୍ତ୍ରଣ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜନସ୍ୱାସ୍ଥ୍ୟ, ଖାଉଟି ସୁରକ୍ଷା ଓ ପରିବେଶ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଏବଂ ନବରଙ୍ଗପୁର ପୌରପାଳିକା ପକ୍ଷରୁ ଏଭଳି ମିଳିତ ଯାଞ୍ଚ ଓ ଏନଫୋର୍ସମେଣ୍ଟ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା: ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ