ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୧ ଘଣ୍ଟା ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୨ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୩ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Bahabala water issues: ବାହାବଳ: ପାଣି ସମସ୍ୟା ନେଇ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି

Bahabala water issues: ବାହାବଳ: ପାଣି ସମସ୍ୟା ନେଇ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି – ସମୀକ୍ଷା ଖବର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : 09-11-2026

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଗାଁରେ ପ୍ରଶାସନ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପବିତ୍ର କୁମାର ସାମଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଶିବିରର ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମନୀ ମାଝୀ ସରପଞ୍ଚ, ହରିଶ ଚନ୍ଦ୍ର ମାଝୀ ସମିତି ସଭ୍ୟ, କୋମନା ଗାଁରେ ପ୍ରଶାସନ ଅଭିଯୋଗ ସମାଧାନ ଶିବିର ମଞ୍ଚରେ ମଞ୍ଚାସୀନ ଥିଲେ । ତତ ସହିତ ରଂଜିତ କୁମାର ରଣା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରୁଦ୍ର ନାଗ ବିପିସି ଆରଏଚ, ପୂର୍ଣଚନ୍ଦ୍ର ରାଉତ ଯୋଗାଣ ଅଧିକାରୀ,ଜିତେନ୍ଦ୍ର ସାହୁ, ଏପିଓ଼ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀ , ଉମା କାନ୍ତ ଭଟ୍ଟ ରାଜସ୍ବ ନିରୀକ୍ଷକ, ଅଭିରାମ ମାଝୀ ଜିଆରଏସ , ଅଙ୍ଗନୱାଡି ସୁପରଭାଇଜର,, କୃଷି ଗ୍ରାମ ସେବକ, ଏମବିକେ, ୱାର୍ଡ ସଭ୍ୟସଭ୍ୟା, ସିଆରପି, ଇସି ମେମ୍ବର, ଆଶାକର୍ମୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ଗାଁସାଥୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

Bahabala water issues: ବାହାବଳ: ପାଣି ସମସ୍ୟା ନେଇ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି – ସମୀକ୍ଷା

ଏହି ଶୁଣାଣି ରେ ମନରେଗା ଯୋଜନାର କାମ ଓ ପାଉଣା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, ବାର୍ଦ୍ଧକ୍ୟ ପେନସନ ଯୋଜନା, ରାସ୍ତାଘାଟର ଉନ୍ନତିକରଣ,ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳର ବ୍ୟବସ୍ଥା,ଦାଦନ ମାନଂକୁ ଫେରସ୍ତ ଆଣି କାମ ଯୋଗାଇବା, ପୋଖରୀ ଖନନ, ଜମି ମରାମତି, ରାସ୍ତାଘାଟ ନିର୍ମାଣ, ଆଦି ଅନେକ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ବାର୍ଦ୍ଧକ୍ୟ ଭତ୍ତା ଓ ଗ୍ରାମୀଣ ଗୃହ, ରାସ୍ତା ନିର୍ମାଣ, ଅଙ୍ଗନୱାଡି ଘର ନିର୍ମାଣ କରିବା ସମସ୍ୟା, ବିଦ୍ୟୁତ ସମସ୍ୟା ପାଇଁ ଅଭିଯୋଗ ଆସିଥିଲ।ବାହାବଲ ଗ୍ରାମର ଅନେକ ଜନସାଧାରଣ ଗାଁ ର ପାଣି ସମସ୍ୟା କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପାଖକୁ ଜନ ଅଭିଯୋଗ ଶୁଣାଣି ଠାରେ ଆସି ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ବାହାବଲ ଗ୍ରାମରେ 138ଜଣ ଘର ବାସିନ୍ଦା ରହିବା ସତ୍ୱେ ପିଇବା ପାଣି ବ୍ୟବସ୍ଥା ନାହିଁ ଏବଂ ଫୋରାଇଡ଼ ଯୁକ୍ତ ପାଣି ସମସ୍ୟା ଗାଁ ରେ ରହିଛି ବୋଲି ଗରା, ମାଠିଆ, ବାଲଟି, ପାଣି ଡବା ଧରି ଆସିଥିଲେ। ବିଡ଼ିଓ ମହାଶୟ ବର୍ତ୍ତମାନ ପାଇଁ ଦୁଇ ଟ୍ୟାଙ୍କର ପାଣି ପ୍ରତିଦିନ ଦିଆଯିବ ବୋଲି ଗ୍ରାମବାସୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ।ସମୁଦାୟ 25 ଗୋଟି ଅଭିଯୋଗକାରୀ ଅଭିଯୋଗ କରିଥିଲେ। ଏହି ଗ୍ରାମପଞ୍ଚାୟତରେ ଆସିଥିବା ଅଭିଯୋଗ ର ତୁରନ୍ତ ସମାଧାନ ବିଡିଓ ପବିତ୍ର କୁମାର ସାମଲ କରିଥିଲେ ଓ କିଛି ଅଭିଯୋଗର ଉଚିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ଅବଗତ କରିଥିଲେ। ପେଣ୍ଡରାବନ ସରପଞ୍ଚ ପଦ୍ମନୀ ମାଝୀ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଓ ଜନସାଧାରଣଙ୍କ ସହଯୋଗ ହେଲେ ନିଶ୍ଚୟ ଭାବେ ପେଣ୍ଡରାବନ ପଂଚାୟତ ର ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Chief Minister launches Pension Management Portal: ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ