ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ମାଲକାନଗିରି ବରଗଡ଼ ନବରଙ୍ଗପୁର

Film Matrubhumi: ମାତୃଭୂମି ସିନେମାକୁ ନେଇ ସଲମାନ ଖାନ୍‌ଙ୍କ ବଡ଼ ଘୋଷଣା, ଫ୍ୟାନ୍ସଙ୍କୁ ମିଳିଲା ବଡ଼ ଭେଟି!

Film Matrubhumi: ମାତୃଭୂମି ସିନେମାକୁ ନେଇ ସଲମାନ ଖାନ୍‌ଙ୍କ ବଡ଼ ଘୋଷଣା, ଫ୍ୟାନ୍ସଙ୍କୁ ମିଳିଲା ବଡ଼ ଭେଟି! – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’**କୁ ନେଇ ଏବେ ସିନେମା ଜଗତରେ ଚର୍ଚ୍ଚା ଜୋର୍ ଧରିଛି। ଦୀର୍ଘ ଅପେକ୍ଷା ପରେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଥିବା ବେଳେ ସଲମାନ ଖାନ୍‌ଙ୍କ ଏକ ବିଶେଷ ଘୋଷଣା ଦର୍ଶକଙ୍କ ମନ ଜିଣିଛି। ଫ୍ୟାନ୍ସଙ୍କ ପାଇଁ ବଡ଼ ଭେଟି – ମାତ୍ର ୧୧ ଟଙ୍କାରେ ସିନେମା ଦେଖିବା ସୁଯୋଗ ଏହି ଫିଲ୍ମର ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ସଲମାନ ଖାନ୍ ଏକ ମାନବିକ ଘୋଷଣା କରିଛନ୍ତି। ୭୫ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନେ ମାତ୍ର ୧୧ ଟଙ୍କାରେ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଫିଲ୍ମର ଏକ ବିଶେଷ ଆକର୍ଷଣ ଭାବେ ଦେଖାଯାଉଛି।

Film Matrubhumi: ମାତୃଭୂମି ସିନେମାକୁ ନେଇ ସଲମାନ ଖାନ୍‌ଙ୍କ ବଡ଼ ଘୋଷଣା, ଫ୍ୟାନ୍ସଙ୍କୁ ମିଳିଲା ବଡ଼ ଭେଟି! – ସମୀକ୍ଷା

ଏହି ଚଳଚ୍ଚିତ୍ରଟି ୨୦୨୦ ମସିହାର ଗଲୱାନ ଘାଟିର ଘଟଣାରୁ ପ୍ରେରିତ। ଏଥିରେ ସଲମାନ ଖାନ୍ ଜଣେ ଭାରତୀୟ ସେନା ଅଧିକାରୀଙ୍କ ଭୂମିକାରେ ନଜର ଆସିବେ। ଦେଶପ୍ରେମ, ସାହସ, ବଳିଦାନ ଓ ସୈନିକ ପରିବାରର ଭାବନାକୁ କାହାଣୀରେ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୧୦ ତାରିଖ ରାତିରେ ସଲମାନ ଖାନ୍ ଫିଲ୍ମର ଅଫିସିଆଲ୍ ଟ୍ରେଲର ମଧ୍ୟ ରିଲିଜ୍ କରିଛନ୍ତି। ଏହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଛି। ସବୁଠାରୁ ବଡ଼ କଥା ହେଉଛି, ଦୀର୍ଘ ଦିନ ପରେ ସଲମାନ ଖାନ୍‌ଙ୍କୁ ଏକ ଦେଶପ୍ରେମଭିତ୍ତିକ ଭିନ୍ନ ଧରଣର ଚରିତ୍ରରେ ଦେଖିବାକୁ ମିଳିବ। ତେବେ ଡିସେମ୍ବର ୪ ତାରିଖରେ ଏହି ଫିଲ୍ମ ଦର୍ଶକଙ୍କ ମନ ଜିଣିବାରେ କେତେ ସଫଳ ହେବ, ତାହା ଦେଖିବାକୁ ସିନେମାପ୍ରେମୀମାନେ ଅପେକ୍ଷା କରିଛନ୍ତି। ସଲମାନଙ୍କ ମାତୃଭୂମି ସିନେମାକୁ ନେଇ ବଡ଼ ଘୋଷଣା, ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକେଟ୍ ମାତ୍ର ୧୧ ଟଙ୍କା!

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Post Flood Distress In Asika: ଗଞ୍ଜାମ ଆସିକାରେ ବନ୍ୟା ପରର ଦୁଃଖ: ଉଜୁଡ଼ିଗଲା ଜନଜୀବନ, ଚିନ୍ତାରେ ଚାଷୀ ଓ ସାଧାରଣ ଲୋକ