ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦ୍ରାପଡ଼ା ବରଗଡ଼ ମାଲକାନଗିରି କୋରାପୁଟ

Keonjhar Incident of attack at Jahira Gala: କେନ୍ଦୁଝରରେ ଜାହିରା ଗାଳରେ ଆକ୍ରମଣ ଘଟଣା

Keonjhar Incident of attack at Jahira Gala: କେନ୍ଦୁଝରରେ ଜାହିରା ଗାଳରେ ଆକ୍ରମଣ ଘଟଣା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୬/୧୧/୨୬ – ଅଢେଇ ବର୍ଷର ବିଜେପି ସରକାରରେ ଆଦିବାସୀ ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ରାଜ୍ୟବ୍ୟାପି ଆଦିବାସୀ ମାନଙ୍କୁ ଆକ୍ରମଣ ହେଉଥିବା ବେଳେ ଖୋଦ ଆଦିବାସୀ ମୁଖ୍ଯମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀ ମାନେ ଆକ୍ରମଣର ଶିକାର ହୋଇଛନ୍ତି। କେନ୍ଦୁଝର ଠାରେ ଆଦିବାସୀ ମାନଙ୍କ ପୂଜାସ୍ଥଳୀରେ ଆକ୍ରମଣ ଘଟଣା ନେଇ ମାଝୀ ପାର୍ଗନା ବ୍ୟବସ୍ଥା ପକ୍ଷରୁ କେନ୍ଦୁଝରରେ ନଭେମ୍ବର ୧୮ରେ ବିରାଟ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ, ଏହାକୁ ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ସମର୍ଥନ ଜଣାଇଛନ୍ତି। ବାରିପଦା ସ୍ଥିତ ବିଜୁ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଆଦିବାସୀ ସେଲ ରାଜ୍ୟ ସଭାପତି ସୁଦାମ ମାରାଣ୍ଡି, ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି ଓ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇ କେନ୍ଦୁଝର ଚାଲ ଡାକରା ଦେଇଛନ୍ତି। ଉକ୍ତ ଘଟଣାକୁ ନିନ୍ଦା କରି ଓଡ଼ିଶା ସମେତ ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ, ଆସାମ ସମେତ ଅନ୍ୟାନ୍ୟ ବିଭିନ୍ନ ରାଜ୍ୟରୁ ଆଦିବାସୀ ଜନତା ଆଦିବାସୀ ପାରମ୍ପରିକ ବେଶ ପୋଷାକରେ ଏକତ୍ରିତ ହୋଇ ନଭେମ୍ବର ୧୮ ତାରିଖରେ କେନ୍ଦୁଝର ଠାରେ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଜଣାଯାଇଛି ।

Keonjhar Incident of attack at Jahira Gala: କେନ୍ଦୁଝରରେ ଜାହିରା ଗାଳରେ ଆକ୍ରମଣ ଘଟଣା – ସମୀକ୍ଷା

ଘଟଣା ମୁତାବକ ଗତ ୨୩ ଅକ୍ଟୋବର ୨୦୨୬ରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେରା ଠାରେ ଗ୍ରାମବାସୀ ମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ବଜରଙ୍ଗ ଦଳର କିଛି ବ୍ୟକ୍ତି ପବିତ୍ର ପୂଜାସ୍ଥଳୀରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ ଏବଂ ସେମାନେ ଅସ୍ତ୍ରଶସ୍ତ୍ରରେ ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ସାନ୍ତାଳ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା, ପାରମ୍ପରିକ ପ୍ରଥା, ସାଂସ୍କୃତିକ ପରିଚୟ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷାକୁ ନେଇ ଗୁରୁତର ଉଦବେଗ ସୃଷ୍ଟି କରିଥିଲା । ତେବେ ଏନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେଲା ନାହିଁ । ଏନେଇ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ବିଜେଡି ପ୍ରତିନିଧି ଦଳ ଆଜି ବସନ୍ତପୁର ଗ୍ରାମ ପରିଦର୍ଶନ କରି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରି ସମ୍ପୃକ୍ତ ବଜରଙ୍ଗ ଦଳ କର୍ମୀ ମାନଙ୍କୁ ଗିରଫ ପାଇଁ ଦାବି କରିଥିଲେ ।

Keonjhar Incident of attack at Jahira Gala: କେନ୍ଦୁଝରରେ ଜାହିରା ଗାଳରେ ଆକ୍ରମଣ ଘଟଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର School locked down over demand for teacher recruitment: ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲାବନ୍ଦ!