ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :

ଝାରସୁଗୁଡା,୫/୯ : ଦ୍ରୁତ ଗତିରେ ବଢ଼ୁଛି ଝାରସୁଗୁଡ଼ା ସହରର ଜନସଂଖ୍ୟା। ତା’ ସହିତ ପାଳ୍ଲା ଦେଇ ବଢ଼ି ଚାଲିଛି ଯାନବାହନର ସଂଖ୍ୟା l ହେଲେ ବଢ଼ୁଥିବା ଯାନବାହନ ଚାପକୁ ସମ୍ଭାଳିବା ପାଇଁ ସହରରେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା l

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ – ସମୀକ୍ଷା

ରାସ୍ତା କଡ଼ରେ ଅବ୍ୟବସ୍ଥିତ ପାର୍କିଂ, ଡ୍ରେନ୍‌ ଉପରେ ବ୍ୟବସାୟୀଙ୍କ ସାମଗ୍ରୀ ଓ ଫୁଟପାଥ୍‌ ଅବରୋଧ ଯୋଗୁଁ ଯାତାୟାତ ପାଇଁ ରାସ୍ତାର ଉପଲବ୍ଧ ପରିସର କ୍ରମଶଃ ସଙ୍କୁଚିତ ହେଉଛି l ବିଶେଷକରି ବେହେରାମାଲରୁ ସରବାହାଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଏଭଳି ଅବ୍ୟବସ୍ଥା ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି l

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ – ସମୀକ୍ଷା

ଅନେକ ଦୋକାନୀ ଡ୍ରେନ୍‌ ଉପରେ ବିଭିନ୍ନ ସାମଗ୍ରୀ ରଖି ବ୍ୟବସାୟ କରୁଥିବାରୁ ଡ୍ରେନ୍‌ ଓ ରାସ୍ତା ମଧ୍ୟରେ ଥିବା ଖାଲି ସ୍ଥାନ ମଧ୍ୟ ଅବରୋଧ ହେଉଛି l ଫଳରେ ପଥଚାରୀଙ୍କ ଯାତାୟାତ ପାଇଁ ସୁବିଧାଜନକ ସ୍ଥାନ ରହୁନାହିଁ l ଅନ୍ୟପକ୍ଷରେ ରାସ୍ତା ଉପରେ ଗାଡ଼ି ପାର୍କିଂ ହେବା ଯୋଗୁଁ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି l ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସୃଷ୍ଟି ସହ ଦୋକାନୀ ଓ ସାଧାରଣ ଲୋକଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଉଛି l ତଥାପି କେତେକ ଅମାନିଆଙ୍କ ମନମାନି ଯୋଗୁଁ ସମସ୍ୟାରେ ଆଶାନୁରୂପ ଅଙ୍କୁଶ ଲାଗିପାରୁନାହିଁ l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବେହେରାମାଲରୁ ସରବାହାଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ଦୋକାନୀମାନଙ୍କୁ ଡ୍ରେନ୍‌ ଉପରେ ରଖାଯାଇଥିବା ସାମଗ୍ରୀ ତୁରନ୍ତ ହଟାଇବାକୁ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି l ଉଦ୍ଦେଶ୍ୟ ହେଉଛି, ରାସ୍ତାକୁ ଅବରୋଧମୁକ୍ତ କରି ଯାନବାହନ ଓ ପଥଚାରୀଙ୍କ ଯାତାୟାତକୁ ସୁଗମ କରିବା l କିନ୍ତୁ ଅଭିଯୋଗ ଅନୁସାରେ, କେତେକ ଦୋକାନୀ ପୌର ପ୍ରଶାସନର ଅନୁରୋଧକୁ ଅଣଦେଖା କରି ଡ୍ରେନ୍‌ ଉପରେ ସାମଗ୍ରୀ ରଖିବା ଜାରି ରଖିଛନ୍ତି l ପୌର କର୍ମଚାରୀମାନେ ଅବରୋଧ ହଟାଇବାକୁ ଯାଇଥିବା ସମୟରେ କେତେକ ଦୋକାନୀ ସେମାନଙ୍କୁ ଧମକ ଦେବା ସହ ଅସହଯୋଗ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ସହର ଆମ ସମସ୍ତଙ୍କର, ଦାୟିତ୍ୱ ମଧ୍ୟ ସମସ୍ତଙ୍କର ଝାରସୁଗୁଡ଼ା ସହରକୁ ଟ୍ରାଫିକ୍ ଜଟରୁ ମୁକ୍ତ କରିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ; ଏଥିପାଇଁ ଦୋକାନୀ, ଯାନବାହନ ଚାଳକ ଓ ସାଧାରଣ ଲୋକଙ୍କ ସମାନ ସହଯୋଗ ଆବଶ୍ୟକ l ବ୍ୟବସାୟ ପାଇଁ ଡ୍ରେନ୍‌ ଓ ସାର୍ବଜନୀନ ସ୍ଥାନ ଅବରୋଧ କରିବା କିମ୍ବା ରାସ୍ତାକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ଦ୍ୱାରା ସମସ୍ୟା କେବଳ ଜଣେ ବ୍ୟକ୍ତିଙ୍କର ନୁହେଁ, ସମଗ୍ର ସହରବାସୀଙ୍କର ହେଉଛି l ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅନୁରୋଧ ଓ ସଚେତନତା ସତ୍ତ୍ୱେ ଯେଉଁ ଦୋକାନୀମାନେ ନିୟମ ଉଲ୍ଲଂଘନ କରି ରାସ୍ତା କିମ୍ବା ଡ୍ରେନ୍‌ ଅବରୋଧ କରିବେ, ସେମାନଙ୍କ ବିରୋଧରେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ l

ଟ୍ରାଫିକ୍ ଜାମ୍‌ରେ ହନ୍ତସନ୍ତ ଝାରସୁଗୁଡ଼ା ଡ୍ରେନ୍‌ ଉପରେ ଦୋକାନୀଙ୍କ ଦଖଲ,ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ