ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ୩|୧୦|୨୬ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି।
କାର୍ଯ୍ୟାଳୟରେ ଲୋକଙ୍କ ସୁବିଧା ପାଇଁ ରହିଥିବା ପାଣି ଫ୍ରିଜର ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ମରାମତି ଅଭାବରୁ ଫ୍ରିଜରଟି ଖତ ଖାଉଥିବା ବେଳେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗୋଇମୁଣ୍ଡ ପଞ୍ଚାୟତ ଅଧୀନରେ ୭ଟି ଗ୍ରାମ ରହିଛି। ବିଭିନ୍ନ କାର୍ଯ୍ୟ ଓ ଚାଉଳ ପାଇଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। ହେଲେ ଏଠାରେ ପାନୀୟ ଜଳ ସୁବିଧା ନଥିବାରୁ ବିଶେଷ କରି ବୃଦ୍ଧ, ମହିଳା ଓ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ଫ୍ରିଜରକୁ ଶୀଘ୍ର ମରାମତି କରି ନିୟମିତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।






