ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଝାରସୁଗୁଡା : ଏଲ୍‌ଏନ୍‌ କଲେଜରେ ସଭାପତି ପଦବୀରେ ଜଣେ ପ୍ରାର୍ଥୀ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଲଢ଼େଇ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:

ଝାରସୁଗୁଡ଼ା, ୧୧ା୧୦ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି l ଶନିବାର ନାମାଙ୍କନ ପ୍ରତ୍ୟାହାର ଅବଧି ଶେଷ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି l ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ (ଏଲ୍‌ଏନ୍‌ କଲେଜ)ରେ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ରହିଥିବା ବେଳେ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ l ଅନ୍ୟପକ୍ଷରେ ବ୍ରଜରାଜନଗର କଲେଜ ଓ ଏଚ୍‌. କଟାପାଲିସ୍ଥିତ ପିକେଏସ୍‌ଏସ୍‌ ଡିଗ୍ରୀ କଲେଜରେ ସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି l

ଏଲ୍‌ଏନ୍‌ କଲେଜରେ ଦୁଇ ପଦ ପାଇଁ କଡ଼ା ମୁକାବିଲା : ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ସଭାପତି ପଦବୀ ପାଇଁ ମହମ୍ମଦ ନାସିର ହୁସେନଙ୍କ ଏକମାତ୍ର ନାମାଙ୍କନ କାଏମ୍‌ ରହିଛି l ଫଳରେ ତାଙ୍କର ନିର୍ବାଚନ ପଥ ସୁଗମ ହୋଇଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି l ତେବେ ସାଧାରଣ ସମ୍ପାଦକ ପଦ ପାଇଁ ପୀୟୁଷ ସରାଫ ଓ ବଳିଷ୍ଠ ପ୍ରଧାନଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ l ସେହିପରି ସାଂସ୍କୃତିକ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ମେହେର ଓ ରାହୁଳ ଗର୍ଗ ପ୍ରତିଦ୍ୱନ୍ଦ୍ୱିତା କରିବେ l

ଝାରସୁଗୁଡା : ଏଲ୍‌ଏନ୍‌ କଲେଜରେ ସଭାପତି ପଦବୀରେ ଜଣେ ପ୍ରାର୍ଥୀ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଲଢ଼େଇ – ସମୀକ୍ଷା

କ୍ରୀଡ଼ା ସମ୍ପାଦକ ପଦରେ ଋତୁରାଜ ପଧାନ, ଯୁଗ୍ମ ସମ୍ପାଦକ ପଦରେ ଜ୍ୟୋତିର୍ମୟୀ ସାହୁ ଏବଂ ନାଟ୍ୟ ସମ୍ପାଦକ ପଦରେ ମଧୁସ୍ମିତା କିଶାନ ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି l ତେଣୁ ଏହି ପଦଗୁଡ଼ିକରେ ସେମାନଙ୍କ ନିର୍ବାଚନ ପ୍ରାୟ ନିଶ୍ଚିତ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା ବାକି ରହିଛି l ଅନ୍ୟପକ୍ଷରେ ଉପସଭାପତି ପଦ ପାଇଁ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ କାଏମ୍‌ ନ ରହିବାରୁ ଏହି ପଦ ଖାଲି ପଡ଼ିବ l ସେହିପରି ନାସିର ହୁସେନଙ୍କ ରାଜନୈତିକ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଧ୍ୟ ଅବସାନ ଘଟିଛି l ଶନିବାର ସନ୍ଧ୍ୟାରେ ଝାରସୁଗୁଡ଼ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜୁ ଛାତ୍ର ଜନତା ଦଳ ସହିତ ନିଜର ସମ୍ପର୍କ ଘୋଷଣା କରିଛନ୍ତି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ରଖି ବିଜେଡି ସହିତ ସମ୍ପର୍କ ରଖିଥିବା କହିଛନ୍ତି ନାସିର l ଅନ୍ୟପଟେ ନାମାଙ୍କନ ଖାରଜ ହେବାକୁ ନେଇ କଲେଜ ପରିସରରେ ଅସନ୍ତୋଷ ଦେଖାଦେଇଥିଲା l ଶନିବାର କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି କରିବା ସହ ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ନାମାଙ୍କନ କାହିଁକି ଖାରଜ ହେଲା ବୋଲି ପ୍ରଶ୍ନ ଉଠାଇଥିଲେ l ପରେ ପୁଲିସ ପହଞ୍ଚିବାରୁ ସେଠାରେ ଜମା ହୋଇଥିବା ଭିଡ଼ ହଟିଥିଲା l

“କଟାପାଲିରେ ସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ” : ଏଚ୍‌. କଟାପାଲିସ୍ଥିତ ପିକେଏସ୍‌ଏସ୍‌ ଡିଗ୍ରୀ କଲେଜରେ ସଭାପତି ପଦବୀକୁ ଛାଡ଼ି ଅନ୍ୟ ସମସ୍ତ ପଦରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି l ସଭାପତି ପଦ ପାଇଁ ସୌଭାଗ୍ୟ ରୋହିଦାସ, ଦମୟନ୍ତୀ ମଲ୍ଲିକ ଓ ସ୍ୱୟଂରଞ୍ଜନ ସାଙ୍କ ମଧ୍ୟରେ ମୁକାବିଲା ହେବ l ସଭାପତି ପ୍ରାର୍ଥୀ ଉଷାରାଣୀ ବେହେରା ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ତୃଷ୍ଣା ଭୋଇ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି l ଉପସଭାପତି ପଦରେ ମନୀଷ ସାହୁ, ସାଧାରଣ ସମ୍ପାଦକ ପଦରେ ଖୁସୀଲ ରୋହିଦାସ ଏବଂ ସାଂସ୍କୃତିକ ସମ୍ପାଦକ ପଦରେ ଶୀତଳ ଭୋଇ ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି l

ଝାରସୁଗୁଡା : ଏଲ୍‌ଏନ୍‌ କଲେଜରେ ସଭାପତି ପଦବୀରେ ଜଣେ ପ୍ରାର୍ଥୀ ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଲଢ଼େଇ – ସମୀକ୍ଷା

ବ୍ରଜରାଜନଗରରେ ତିନି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ : ବ୍ରଜରାଜନଗର କଲେଜରେ ସଭାପତି ପଦ ପାଇଁ ଶିବମ ସେଠ, ଦୀପ୍ତି ରଞ୍ଜନ ସାହୁ ଓ ସନ୍ତୋଷ ପ୍ରଧାନଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ l ସାଂସ୍କୃତିକ ସମ୍ପାଦକ ପଦ ପାଇଁ ଦର୍ପଣ କୁମାର ରାଏ ଓ ଶ୍ରାବଣୀ ନାଗଙ୍କ ମଧ୍ୟରେ ଲଢ଼େଇ ହେବ l ଅନ୍ୟ ପଦଗୁଡ଼ିକରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନଙ୍କ ନିର୍ବାଚନ ପ୍ରାୟ ନିଶ୍ଚିତ l ସାଧାରଣ ସମ୍ପାଦକ ପଦରେ ସୁମି ବଢ଼େଇ, ସହକାରୀ ସାଧାରଣ ସମ୍ପାଦକ ପଦରେ ନିକିତା ଠାକୁର ଏବଂ ନାଟ୍ୟ ସମ୍ପାଦକ ପଦରେ ସକ୍ଷମ ବିର୍ଲା ଏକମାତ୍ର ପ୍ରାର୍ଥୀ ରହିଛନ୍ତି l ସେହିପରି ସଭାପତି ପ୍ରାର୍ଥୀ ଅଙ୍କିତା ସାହୁ, ଉପସଭାପତି ପ୍ରାର୍ଥୀ ହୀରାକାନ୍ତ ବାରିକ ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ସୋନିଆ ଗିରି ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି l

୧୫ରେ ମତଦାନ, ୧୬ରେ ଶପଥ ଗ୍ରହଣ : ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆସନ୍ତା ୧୪ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌’ ମଞ୍ଚରେ ପ୍ରାର୍ଥୀମାନେ ନିଜର ମତ ଓ ନିର୍ବାଚନୀ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ପ୍ରଚାର ପାଇଁ ସୁଯୋଗ ପାଇବେ l ଆସନ୍ତା ୧୫ ତାରିଖରେ ଭୋଟଗ୍ରହଣ ସହ ଫଳାଫଳ ଘୋଷଣା କରାଯିବ l ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି l ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଏବେ ପ୍ରଚାର ଓ ଭୋଟ ହାତେଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ତତ୍ପରତା ବଢ଼ିବା ଆଶା କରାଯାଉଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆଜିଠାରୁ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହେଲା ଶାରଦୀୟ ନବରାତ୍ର ମା ଦୁର୍ଗାଙ୍କ ଆରାଧନାରେ ମୁଖରିତ ହେବ ଦେଶ