ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର

ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର – ସମୀକ୍ଷା ଖବର

ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ:୧୧।୧୦ : ଫାଟିଲା ଗ୍ୟାସ ଟାଙ୍କି। ଜଳିଗଲା ଜଳଖିଆ ଦୋକାନ। ଏଥିସହ ଦୋକାନରେ ଥିବା ୭ ଜଣ ଜଳିଯାଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି । ଏଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାରରେ ଘଟିଛି। କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ ଦିନବନ୍ଧୁ ବେହେରାଙ୍କ ଏକ ଜଳିଖିଆ ଦୋକାନ । ଏହି ଜଳଖିଆ ଦୋକାନରେ ହଠାତ ଗ୍ୟାସ ଟ୍ୟାଙ୍କି ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କ ମଧ୍ୟରେ ଦୋକାନ ମାଲିକ ଦିନବନ୍ଧୁ ବେହେରା, ଦୁଇ ଜଣ ମହିଳା ସୁହାନା ବିବି, ରିଆନା ବିବି ଏବଂ ତାଙ୍କର ତିନି ବର୍ଷର ଏକ ଝିଅ ବୋଲି ଜଣା ପଡିଛି। ଏ ପର୍ଯ୍ୟନ୍ତ ଅନ୍ୟ ତିନି ଜଣଙ୍କ ପରିଚୟ ମିଳି ପାରିନାହିଁ । ସବୁ ଗୁରୁତରଙ୍କୁ କଟକ ହସ୍ପିଟିଲା ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସାଲେପୁର: ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଜଳଖିଆ ଦୋକାନ ଓ ୭ ଜଣ ଗୁରୁତର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ :୫୦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ୬ ଅପ୍ରତିଦ୍ବନ୍ଦୀ