ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଖୋର୍ଦ୍ଧା:
ଖୋରଧା,ଟାଙ୍ଗୀ :୧୪/୧୦/୨୬ ନବରାତ୍ର ପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଓଡିଶା ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାରାଙ୍କ ପୀଠ lଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରା ଙ୍କର ପୀଠରେ ଲାଗିଛି ଭକ୍ତଙ୍କର ଗହଳି l ଭୋର ସମୟରେ ମା ଉଗ୍ରତାରାଙ୍କର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା lଦ୍ୱାର ଫିଟା ନୀତି ପରେ ମା ଉଗ୍ରତାରାଙ୍କର ମାଜ୍ଜଣା ନୀତି ସମ୍ପନ୍ନ ହେବା ସହ ମଙ୍ଗଳ ଆଳତି ଓ ବାଳଭୋଗ ନୀତି ଅନୁଷ୍ଠିତ ହୋଇଥିଲା l ଏହା ପରେ ମା’ଙ୍କୁ କୁସ୍ମାଣ୍ଡ ବେଶରେ ସଜ୍ଜିତ କରାଯାଇଛି l ଏହି ବେଶରେ ମା ଉଗ୍ରତାରାଙ୍କୁ ଦର୍ଶନ କଲେ ନିଜର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି lଏଥିପାଇଁ ବହୂ ଦୂର ଦୁରାନ୍ତରୁ ଭକ୍ତମାନେ ଆସି ମା ଉଗ୍ରତାରାଙ୍କୁ ଦର୍ଶନ କରିବା ସହ ମାଙ୍କ ନିକଟରେ ମାନସିକ ପୂଜାର୍ଚନା କରୁଛନ୍ତି lଏହି ନବରାତ୍ର ସମୟରେ ମା ଉଗ୍ରତାରାଙ୍କର ବିଶେଷ ପୂଜା ନୀତି ଅନୁଷ୍ଠିତ ହେବା ସହ ଶଙ୍ଖୁଡ଼ି ଭୋଗ ଓ ଆମିଷ ଭୋଗ ଲାଗି କରାଯାଇଛି lଭକ୍ତ ମାନେ ମା’ଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହେଉଛନ୍ତି lଭକ୍ତ ମାନଙ୍କର ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଛି lଶୃଙ୍ଖଳିତ ଭାବେ ଭକ୍ତମାନେ ମା ଉଗ୍ରତାରାଙ୍କୁ ଦର୍ଶନ କରି ଖୁସି ମନରେ ନିଜ ନିଜର ଗୃହକୁ ଫେରୁଥିବାର ଦେଖିବାକୁ ମିଳିଛି l






