ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ ତାରେଣୀଗଡା ଅଞ୍ଚଳର ସାଧନା ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ଦୁଇ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ୨୩ଟି ଚୋରି ସୁନା ଅଳଙ୍କାର, ଗୋଟିଏ ବନ୍ଧୁକ ଏବଂ ଗୋଟିଏ ବଜାଜ ପଲସର ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ, ସାଧନା ଜୁଏଲର୍ସରୁ ସୁନା ଅଳଙ୍କାର ଚୋରି…