ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
‘ସମ୍ବନ୍ଧ’ର ଶୁଭାରମ୍ଭ; ସମବାୟ ସଂସ୍ଥାଗୁଡ଼ିକରେ ଆସିବ ସମ୍ପୂର୍ଣ୍ଣ ସ୍ୱଚ୍ଛତା: ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

‘ସମ୍ବନ୍ଧ’ର ଶୁଭାରମ୍ଭ; ସମବାୟ ସଂସ୍ଥାଗୁଡ଼ିକରେ ଆସିବ ସମ୍ପୂର୍ଣ୍ଣ ସ୍ୱଚ୍ଛତା: ମୁଖ୍ୟମନ୍ତ୍ରୀ

ନିରଞ୍ଜନ ପାଣି / କେନ୍ଦୁଝର ଜିଲ୍ଲା ପ୍ରତିନିଧି / ସମୀକ୍ଷା ନିୟୁଜ: କେନ୍ଦୁଝର,୨୫/୦୯: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି।ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍‌ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ,ବିଭିନ୍ନ ବ୍ଲକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ…

Read More
ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ – ସମୀକ୍ଷା ଖବର

ତିର୍ତୋଲ ମୁଖ୍ୟ ରାସ୍ତାରେ ଷଣ୍ଢଙ୍କ ଉପଦ୍ରଵ

ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର: କଟକ -ପାରାଦ୍ୱୀପ ମୁଖ୍ୟ ରାସ୍ତାର ତିର୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ନିକଟରେ ଷଣ୍ଢଙ୍କ ଉପଦ୍ରଵ ଦେଖିବାକୁ ବାର ବାର ମିଳୁଛି |ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇ ଅସୁରକ୍ଷିତ ଭାବରେ ରାସ୍ତା ଅତିକ୍ରମ ହେଉଥିବାର ଅଭିଯୋଗ ଆଣିଛନ୍ତି |ମୁଖ୍ୟ ରାସ୍ତାରେ ଦ୍ରୁତ ଗତୀରେ ଯାଉଥିବା ବସ, ଟ୍ରକ, କାର, ମଟର ସାଇକଲ, ସାଇକଲ ଓ ପଦଚଲା ବ୍ୟକ୍ତି ମାନେ ଅତି ଅସୁରକ୍ଷିତ ହୋଇ ପଡିଛନ୍ତି | ଏଠାରେ କେଇବାର ଦୁର୍ଘଟଣା…

Read More
ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ – ସମୀକ୍ଷା ଖବର

ମୟୂରଭଞ୍ଜ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟାପାଣି ଘେରରେ ନଦୀକଡ଼ ବାସୀ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ: ଲଗାତର ବର୍ଷା ଫଳରେ ଶୁକ୍ରବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ପ୍ରବାହିତ ପ୍ରାୟତଃ ନଦୀର ଜଳସ୍ତର ବୃଦ୍ଧି ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସହ ଶନିବାର ସକାଳ ପର୍ଯ୍ୟନ୍ତ ମଧ୍ୟ ତଳମୁଣ୍ଡରେ ନଦୀ ଗୁଡିକର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଶନିବାର ପୂର୍ଣ୍ଣିମା ପକ୍ଷ ହୋଇଥିବାରୁ ତଥା ସମୁଦ୍ର ଜୁଆରିଆ ରହିବା ଯୋଗୁଁ ଜଳସ୍ତର ଶିଘ୍ର କମିବ ନାହିଁ ବୋଲି ନଦୀକଡ଼ ବାସିନ୍ଦା ଚିନ୍ତାଗ୍ରସ୍ତ ରହିଛନ୍ତି…

Read More
ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ – ସମୀକ୍ଷା ଖବର

ଥାଲାସେମିଆ ସମ୍ପର୍କରେ ଅଧିକ ସଚେତନତା ଆବଶ୍ୟକ: ରାଜ୍ୟପାଳ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର: ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଥାଲାସେମିଆ ରୋଗ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ଅଜଣା ରହିଯାଉଥିବା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା (IRCS-OSB)କୁ ଆହ୍ୱାନ ଦେଇଛନ୍ତି। ଲୋକ ଭବନସ୍ଥିତ ନ୍ୟୁ ଅଭିଷେକ ହଲ୍‌ର ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ IRCS-OSBର କାର୍ଯ୍ୟକାରୀ କମିଟି…

Read More
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା – ସମୀକ୍ଷା ଖବର

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା

• ତ୍ୱରିତ କାର୍ଯ୍ୟକାରିତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ • ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ • ଉପକୃତ ହେବେ ସେବାୟତ ଓ ଅଣସେବାୟତ ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ୱର ୨୫.୦୯.୨୦୨୬ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି…

Read More
ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା: ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ – ସମୀକ୍ଷା ଖବର

ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାରଙ୍କ ‘ମେଗା ପୋର୍ଟ’ ମାନ୍ୟତା: ପୂର୍ବ ଉପକୂଳର ଏକମାତ୍ର ‘ମେଗା ପୋର୍ଟ’ ହେଲା ପାରାଦୀପ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ, ୨୫/୯: ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ସ୍ୱରୂପ କେନ୍ଦ୍ର ସରକାର ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଏହି ମାନ୍ୟତା ଦିଆଯାଇଛି।ବନ୍ଦରଗୁଡ଼ିକର ଭିତ୍ତିଭୂମି, କାର୍ଯ୍ୟକ୍ଷମତା ଓ ଅନ୍ୟାନ୍ୟ ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ଦେଶର ଚାରିଟି ବନ୍ଦରକୁ ‘ମେଗା ପୋର୍ଟ’ ଭାବେ…

Read More
ବୁଲା କୁକୁରଙ୍କ କବଳରେ ଝାରସୁଗୁଡା ସହର -ଆରଟିଆଇ ତଥ୍ୟରେ ବଡ଼ ଗୋଳକଧନ୍ଦା : ସମ୍ପୂର୍ଣ୍ଣ ପୌରାଞ୍ଚଳରେ ମୋଟ ୬୯୩ ବୁଲା କୁକୁର – ସମୀକ୍ଷା ଖବର

ବୁଲା କୁକୁରଙ୍କ କବଳରେ ଝାରସୁଗୁଡା ସହର -ଆରଟିଆଇ ତଥ୍ୟରେ ବଡ଼ ଗୋଳକଧନ୍ଦା : ସମ୍ପୂର୍ଣ୍ଣ ପୌରାଞ୍ଚଳରେ ମୋଟ ୬୯୩ ବୁଲା କୁକୁର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା ଝାରସୁଗୁଡା, ୨୬/୯ : ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସମସ୍ତ ଗଳିକନ୍ଦିରେ ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି l ଦିନ ହେଉ କି ରାତି, ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲୁଥିବା କୁକୁରଙ୍କ ଯୋଗୁଁ ଛାତ୍ର ଛାତ୍ରୀ, ପଥଚାରୀ, ଦୁଇଚକିଆ ଯାନ ଚାଳକ, ଶିଶୁ ଓ ବୃଦ୍ଧମାନେ ଭୟଭୀତ ହୋଇ ଯାତାୟାତ କରୁଛନ୍ତି l କୁକୁର କାମୁଡ଼ାରେ…

Read More
ଉଚ୍ଛୁଳିଲା ରେବ କପାଳି ନାଳିଆ ବୁଡ଼ିଲା ଭଦ୍ରକ ଆଖଣ୍ଡଳମଣି ସଡ଼କ – ସମୀକ୍ଷା ଖବର

ଉଚ୍ଛୁଳିଲା ରେବ କପାଳି ନାଳିଆ ବୁଡ଼ିଲା ଭଦ୍ରକ ଆଖଣ୍ଡଳମଣି ସଡ଼କ

ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ: ଅସୁରାଳି 25/9/26(ନି ପ୍ର ) ଅର୍ଣ୍ଣବ ପ୍ରଭାବରେ ଲାଗି ରହିଥିବା ତିନିଦିନର ଅବିଶ୍ରାନ୍ତ ବର୍ଷା ରେବ କପାଳି ସମେତ ସାଳନ୍ଦୀର ଶାଖା ନାଳିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।ଏହାର ସିଧାସଳଖ ପ୍ରଭାବ ଧାମନଗର ଏବଂ ଭଦ୍ରକ ବ୍ଲକର ୧୦ ପଞ୍ଚାୟତରେ ଦେଖିବାକୁ ମିଳିଛି।ରେବ ନଦୀର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ଅସୁରାଳି ଏବଂ ଡ଼ିଲୋ ବୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।ଲଘୁଚାପ ଜନିତ ପ୍ରବଳ…

Read More
ଲଘୁଚାପ ପ୍ରଭାବରୁ ଶାନ୍ତ ଚିଲିକା ଏବେ ହୋଇଛି ଅଶାନ୍ତ – ସମୀକ୍ଷା ଖବର

ଲଘୁଚାପ ପ୍ରଭାବରୁ ଶାନ୍ତ ଚିଲିକା ଏବେ ହୋଇଛି ଅଶାନ୍ତ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ ଖୋର୍ଦ୍ଧା ୨୫/୯/୨୬ ଲଘୁଚାପ ପ୍ରଭାବରେ ବେହାଲ ହୋଇଛି ସାରା ଓଡିଶା lତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବର୍ଷାରେ ଭିଜିଛି ସାରା ଓଡିଶା lଏହାର ପ୍ରଭାବ ମଧ୍ୟ ଚିଲିକା ରେ ଅନୁଭୂତ ହେଉଛି l ଶାନ୍ତ ଶୀତଳ ଜଳ ରାଶି ଏବେ ହୋଇ ଉଠିଛି ଅଶାନ୍ତ lଉଚ୍ଚ ଉଚ୍ଚ ଜୁଆର ଆସିବା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା l ଢେଉ ମାଡ଼ରେ ଭାଙ୍ଗି ରୁଜି ଯାଉଛି କେତେଗୁଡିଏ…

Read More
ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ – ସମୀକ୍ଷା ଖବର

ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:ଭବାନୀପାଟଣା, ୨୫/୯: ସ୍ଥାନୀୟ ଟାଉନ ହଲଠାରେ ଶୁକ୍ରବାର ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଭାବାସୀ ମାଧ୍ୟମରେ ଟାଉନ ହଲରେ ଉପସ୍ଥିତ ଅତିଥି, ସମବାୟ ସମିତି ସଭାପତି, ପରିଚାଳନା ପରିଷଦ ସଦସ୍ୟ, ସମ୍ପାଦକ ଓ ଅଗ୍ରଣୀ କୃଷକମାନେ ଦେଖିଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିବନ୍ଧକ କଳାହାଣ୍ଡି ଅଜିତ କୁମାର ବଗର୍ତ୍ତୀଙ୍କ ସମେତ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ମଞ୍ଚାସୀନ ଥିଲେ। ଉପନିବନ୍ଧକ ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‘ସମ୍ବନ୍ଧ’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା ସହ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍‌କୁ ସୁଦୃଢ଼ କରିବା। ଏଥିସହ ମହିଳା ଓ ଗ୍ରାମୀଣ ଯୁବବର୍ଗଙ୍କୁ ସମବାୟ ଆନ୍ଦୋଳନରେ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯିବ।ସଦସ୍ୟତାରୁ ବଞ୍ଚିତ ପରିବାର ଚିହ୍ନଟ, ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ପ୍ରଚାର ଓ ମୋବାଇଲ ଆପ୍‌ ଜରିଆରେ ନାମଲେଖା ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ରେ ମେଗା ସଦସ୍ୟତା ଅଭିଯାନକୁ ବ୍ୟାପକ କରାଯିବ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ୧୬୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍‌ କାର୍ଯ୍ୟରତ ରହିଛି।

Read More