୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ
ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ଭବାନୀପାଟଣା: ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଚଳିତବର୍ଷର ଅଭିଯାନର ବିଷୟବସ୍ତୁ ରହିଛି— ‘ସ୍ୱଚ୍ଛତାରେ ଅଂଶଗ୍ରହଣ, ସ୍ୱଚ୍ଛ ଭାରତ, ବିକଶିତ ଭାରତ।’ଏହି କ୍ରମରେ ୬୪ତମ ବାଟାଲିୟନ CRPFର ଅଧିକାରୀ ଓ ଜବାନମାନଙ୍କ ପକ୍ଷରୁ ଭବାନୀପାଟଣାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ କଠିନ ବର୍ଜ୍ୟବସ୍ତୁ…