କଳାହାଣ୍ଡିରେ ୨୨ରୁ ୨୫ ସେପ୍ଟେମ୍ବର ଯାଏଁ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ
ସୁନୀଲ କୁମାର ବିଶି/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି /ସମୀକ୍ଷା ନ୍ୟୁଜ:ଭବାନୀପାଟଣା, ୨୧/୯/୨୦୨୬: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ୨୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା…