ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୨୬/୧୦/୨୬ – ବାରିପଦାସ୍ଥ ଇନରହ୍ୱିଲ କ୍ଲବ ତରଫରୁ ଦେବେନ୍ଦ୍ରପୁର ଆରଡିଏସି ବରିଷ୍ଠ ନାଗିରକ ନିବାସଠାରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ସଭାପତି ସୁପ୍ରୀତି ଦଳବେହେରାଙ୍କ ତତ୍ବାବଧାନରେ ଏବଂ ଜୀବନଦୀପ ହସପିଟାଲର ସହଭାଗିତାରେ ଆୟୋଜିତ ଉକ୍ତ ପରୀକ୍ଷଣ ଶିବିରକୁ ଚକ୍ଷୁ ବିଶେଷଜ୍ଞ ଡା. ରଞ୍ଜୁଲତା ମହାନ୍ତି ତଥା ତାଙ୍କ ସହଯୋଗୀ ମାନେ ପରିଚାଳନା କରିଥିଲେ । ଏହି ଶିବରରେ ୪୫ ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା । ଏତଦବ୍ୟତୀତ ଏହି କାର୍ଯ୍ୟକ୍ରମ ଅବସରରେ କ୍ଲବର ସଦସ୍ୟା ସଂଯୁକ୍ତା ଚାନ୍ଦ, ପ୍ରଣତି ଦାସ, ସୁସ୍ମିତା ଘୋଷାଲ, ଦୀପିକା ମହାନ୍ତି, ସ୍ବପ୍ନା ଦାଶ, ଲୁସି ରଣା, ପ୍ରିୟଦର୍ଶିନୀ ପଟ୍ଟନାୟକ, ମମତା ମହାନ୍ତି, ନିର୍ବାଚିତା ସାହୁ ପ୍ରମୁଖଙ୍କ ପରିଚାଳନାରେ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।






