ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୨ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୨ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୨ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୨ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୨ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୩ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଜଳେଶ୍ୱର ଘଟଣା ସମ୍ପର୍କିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଅଧ୍ୟକ୍ଷାଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

ଜଳେଶ୍ୱର ଘଟଣା ସମ୍ପର୍କିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଅଧ୍ୟକ୍ଷାଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ – ସମୀକ୍ଷା ଖବର

ପଞ୍ଚାନନ ବେହେରା /ଜିଲ୍ଲା ପ୍ରତିନିଧି /ବାଲେଶ୍ୱର/ସମୀକ୍ଷା ନ୍ୟୁଜ:

ବାଲେଶ୍ୱର, ତାରିଖ – ୨୮/୧୦/୨୦୨୬ ଜଳେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଦୁଷ୍କର୍ମ ଓ ପରବର୍ତ୍ତୀ ହତ୍ୟା ସମ୍ପର୍କିତ ନ୍ୟୁଜ୍ କ୍ଲିପିଂରେ ପ୍ରକାଶିତ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ମାନ୍ୟବର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ ବାଲେଶ୍ୱର ଜିଲ୍ଲା ଗସ୍ତ କରିଥିଲେ। ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ ପୂର୍ବାହ୍ନ ପ୍ରାୟ ୧୧.୦୦ ଘଟିକା ସମୟରେ ସର୍କିଟ୍ ହାଉସ୍, ବାଲେଶ୍ୱର ଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ଆରକ୍ଷୀ ଅଧୀକ୍ଷକ, ବାଲେଶ୍ୱରଙ୍କ ସହ ଉକ୍ତ ମାମଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଘଟଣାର ତଦନ୍ତର ଅଗ୍ରଗତି, ଗ୍ରହଣ କରାଯାଇଥିବା ଆଇନଗତ ପଦକ୍ଷେପ ଏବଂ ପୀଡ଼ିତାଙ୍କ ପରିବାରକୁ ଦିଆଯାଉଥିବା ସହାୟତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଜଳେଶ୍ୱର ଘଟଣା ସମ୍ପର୍କିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଅଧ୍ୟକ୍ଷାଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ – ସମୀକ୍ଷା

ଏହା ପରେ ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ, DCPO, ବାଲେଶ୍ୱର ଏବଂ Additional SP, ବାଲେଶ୍ୱରଙ୍କ ସହିତ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ। ସେମାନେ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କିତ ତଥ୍ୟ ଜାଣିବା ସହିତ ପରିବାରର ବର୍ତ୍ତମାନ ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ, ଯେଉଁ ସ୍ଥାନରେ ଉକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ସମ୍ପର୍କରେ ଅଭିଯୋଗ/ସୂଚନା ରହିଛି। ଘଟଣାସ୍ଥଳର ପରିସ୍ଥିତି ଏବଂ ମାମଲା ସମ୍ପର୍କିତ ଉପଲବ୍ଧ ତଥ୍ୟ ବିଷୟରେ ଅଧିକାରୀମାନଙ୍କଠାରୁ ସୂଚନା ଗ୍ରହଣ କରାଯାଇଥିଲା। ଏହା ପରେ ଅପରାହ୍ନ ୪.୦୦ ଘଟିକା ସମୟରେ ସର୍କିଟ୍ ହାଉସ୍, ବାଲେଶ୍ୱର ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ମାନ୍ୟବର ସଦସ୍ୟା ଶ୍ରୀମତୀ ସୁଜାତା ନାୟକ, ଆରକ୍ଷ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖୁସିରାମ ଗହୀର, SJPO/DSP ଶ୍ରୀମତୀ ନିର୍ମଳା ଭଟ୍ଟାଚାର୍ଯ୍ୟଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଉକ୍ତ ମାମଲାର ସମସ୍ତ ପ୍ରମୁଖ ଦିଗ, ତଦନ୍ତର ଅଗ୍ରଗତି, ପୀଡ଼ିତାଙ୍କ ପରିବାରକୁ ଆବଶ୍ୟକ ସହାୟତା, ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟ ଏବଂ ଭବିଷ୍ୟତରେ ଆବଶ୍ୟକ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ମାମଲାରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଏବଂ ଶିଶୁର ସର୍ବୋତ୍ତମ ସ୍ୱାର୍ଥ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଓ ସମୀକ୍ଷା ସମାପ୍ତ କରି ମାନ୍ୟବର ଚେୟାରପର୍ସନ ଓ ସଦସ୍ୟ ସନ୍ଧ୍ୟା ପ୍ରାୟ ୬.୦୦ ଘଟିକା ସମୟରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ପ୍ରସ୍ଥାନ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲେଶ୍ବରରେ ଦୁଇଦିନିଆ ଯୁବ ଉତ୍ସବ ଉଦ୍ଘାଟିତ: ଲୋକକଳା ଓ ପ୍ରତିଭା ପ୍ରଦର୍ଶନର ଆକର୍ଷଣୀୟ ଆରମ୍ଭ