ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଭଞ୍ଜସେନାର ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ହେଲେ ଦୀପକ ମହାନ୍ତ

ଭଞ୍ଜସେନାର ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ହେଲେ ଦୀପକ ମହାନ୍ତ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନାର ସାଂଗଠନିକ ନେତୃତ୍ୱରେ ହୋଇଛି ପରିବର୍ତ୍ତନ। ସଂଗଠନର ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଭାବେ ଦୀପକ କୁମାର ମହାନ୍ତ (ଦକ୍ଷିଣା)ଙ୍କୁ ନିଯୁକ୍ତ କରାଯାଇଛି। ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି। ନୂତନ ନିଯୁକ୍ତି ପରେ ସଂଗଠନର ବିଭିନ୍ନ ବ୍ଲକ ଓ ଅଞ୍ଚଳର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ମୟୂରଭଞ୍ଜର ଆଞ୍ଚଳିକ ସ୍ୱାର୍ଥ, ଜନସମସ୍ୟା, ଯୁବକ ଓ ଛାତ୍ରଛାତ୍ରୀଙ୍କ ଅଧିକାର ସହ ଜିଲ୍ଲାର ସାମଗ୍ରିକ ବିକାଶ ଦାବିରେ ଭଞ୍ଜସେନା ଦୀର୍ଘଦିନ ଧରି ସ୍ୱର ଉତ୍ତୋଳନ କରିଆସୁଛି। ଏଭଳି ସମୟରେ ଜିଲ୍ଲା ସଂଗଠନର ନେତୃତ୍ୱ ଦୀପକଙ୍କୁ ହସ୍ତାନ୍ତର କରାଯିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ନିଯୁକ୍ତିକୁ ଉପଖଣ୍ଡ ସଭାପତି ମାଇକେଲ ମହାନ୍ତ, କାର୍ଯ୍ୟକାରୀ ସଭାପତି ସୋମୁ ଦାଶଅଧିକାରୀ, ଯଶିପୁର ବ୍ଲକ ସଭାପତି ରୁକ୍ମଣ ନାଏକ, ବବଲୁ ସେଠୀ, ଗଗନ ମହାନ୍ତ, ହୀରାଲାଲ ମହାନ୍ତ, ଖଗେଶ୍ୱର ମହାନ୍ତ, ଶୁକୃଳି ବ୍ଲକ ସଭାପତି ସୁବାଷ ନାୟକ ଓ ରରୁଆଁ ବ୍ଲକ ସଭାପତି ବିଶାଳ ସୁଲତାନୀୟା ପ୍ରମୁଖ ସ୍ୱାଗତ କରିଛନ୍ତି। ନୂତନ ନେତୃତ୍ୱରେ ସଂଗଠନ ଆହୁରି ସକ୍ରିୟ ଓ ସୁଦୃଢ଼ ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ଭଞ୍ଜସେନାର ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ହେଲେ ଦୀପକ ମହାନ୍ତ – ସମୀକ୍ଷା

ନବନିଯୁକ୍ତ ଜିଲ୍ଲା ଅଧ୍ୟକ୍ଷ ଦୀପକ କୁମାର ମହାନ୍ତ କହିଛନ୍ତି, ତାଙ୍କ ଉପରେ ଅର୍ପିତ ଦାୟିତ୍ୱକୁ ସେ ନିଷ୍ଠା ଓ ଦୃଢ଼ତାର ସହ ତୁଲାଇବେ। ମୟୂରଭଞ୍ଜର ସ୍ୱାର୍ଥ, ସ୍ୱାଭିମାନ ଓ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇ ସଂଗଠନର କାର୍ଯ୍ୟଧାରାକୁ ଆଗେଇ ନେବେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ଅବହେଳା ଓ ଜନସମସ୍ୟାକୁ ନେଇ ଭଞ୍ଜସେନାର ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଜୋରଦାର ହେବ। ଦୁର୍ନୀତି, ଅନ୍ୟାୟ ଓ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିସହ ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ସଂଗଠନ ସବୁବେଳେ ଲୋକଙ୍କ ସହ ରହିବ ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟ ପୂରଣ ପାଇଁ ସମସ୍ତ କର୍ମକର୍ତ୍ତା ଓ ଯୁବସମାଜର ସହଯୋଗ ମଧ୍ୟ କାମନା କରିଛନ୍ତି। ନୂତନ ଜିଲ୍ଲା ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ ଭଞ୍ଜସେନା ଶିବିରରେ ଉତ୍ସାହ ଦେଖାଦେଇଥିବାବେଳେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଜନସମସ୍ୟାକୁ ନେଇ ସଂଗଠନର ଭୂମିକା କିଭଳି ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭବାନୀପାଟଣା: ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ