ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୪/୧୧/୨୬ – ରାଇରଙ୍ଗପୁର ରୟାଲ ରୋଟାରୀ କ୍ଳବ ଆନୁକୂଲ୍ୟରେ ରାଷ୍ଟ୍ର ନିର୍ମାଣ ପୁରସ୍କାର ନିର୍ମାଣ କାର୍ଯ୍ୟକ୍ରମ ହୋଟେଲ ହିନ୍ଦୁସ୍ତାନ ଇନର କନଫରେନ୍ସ ହଲରେ ରୋଟାରୀୟାନ ବିକାଶ ଭୁତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ରୋଟାରୀ କ୍ଳବର ସଭାପତି ରାମଅବତାର ପାଢିଆ ଓ ସମ୍ପାଦକ ରୋଟାରୀୟାନ ପ୍ରତ୍ୟୁଷ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା କ୍ରିକେଟର ବର୍ଷିଆନ କୋଚ କିଶୋର ମଣିଆ, ସ୍ୱତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଏସପି ସୁରେଶ ଚନ୍ଦ୍ର ପାତ୍ର ତଥା ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ଏଆରଟିଓ ଚିନ୍ମୟ ମହାନ୍ତ ପ୍ରମୁଖ ଯୋଗଦାନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାଷ୍ଟ୍ର ଗଠନ ରେ ସେମାନଙ୍କର ଅବଦାନ ସମ୍ୱନ୍ଧରେ ବିଭିନ୍ନ ଗୁରୁ ମାନଙ୍କର ଉଦାହରଣ ଦେଇ ଅବିଭାଷଣ ପ୍ରଦାନ କରିଥିଲେ । ଚଳିତ ବର୍ଷ ଶିକ୍ଷୟିତ୍ରୀ ଅନିତା ମହାନ୍ତି, ଉର୍ମିଳା ପାଣି, ଗୀତାଞ୍ଜଳି ଦୋରା, ବବିତା ରାଣୀ ମହାନ୍ତ ତଥା ଶିକ୍ଷକ ମାନସ ରଞ୍ଜନ ରାଉତ, ଅଜିତ କୁମାର ମଣ୍ଡଳ ପ୍ରମୁଖକୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀୟାନ କାଳିପ୍ରସନ୍ନ ମହାନ୍ତି, ବିବେକ ଚରଣ ପାଢିଆ, ହରିହର ସାହୁ, ବାସୁଦେବ ପାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ତଥା ରୋଟାରୀୟାନ କାଳିପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।






