ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Intellectuals Conference : ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂଙ୍କ ଦ୍ୱାରା ଖଡ଼ିଆଳଠାରେ ଵୃଦ୍ଧିଜୀବି ସମ୍ମିଳନୀ

Intellectuals Conference : ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂଙ୍କ ଦ୍ୱାରା ଖଡ଼ିଆଳଠାରେ ଵୃଦ୍ଧିଜୀବି ସମ୍ମିଳନୀ – ସମୀକ୍ଷା ଖବର

ଦେବେଶ ହୋତା /ନୂଆପଡ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ଦେଶରେ ମୁଖ୍ୟ ବିରୋଧି କଂଗ୍ରେସ ସମେତ ବିରୋଧି ଦଳ ଙ୍କ ସାମ୍ପ୍ରତିକ ରାଜନୀତି ଦ୍ୱାରା ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ନେଇ ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ ନାଁ ରେ ଲୋକଙ୍କ ନିକଟକୁ ଯାଇ ଵୃଦ୍ଧିଜୀବି ସମ୍ମିଳନୀ ଆୟୋଜିତ କରୁଛି ଏ ପରିପେକ୍ଷୀ ରେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫ ରୁ ଜିଲ୍ଲା ର ଖଡ଼ିଆଳ ଠାରେ ବୃଦ୍ଦିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସଭାପତି କମଲେଶ ଦୀକ୍ଷିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ନୂଆପଡା ବିଧାୟକ ଜୟ ଦୋଳକିଆ,ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଜିଲ୍ଲା ପ୍ରଭାରୀ ଆର୍ତ୍ତମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂ ବୁଦ୍ଦିଜୀବି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ସମ୍ବୋଧନ କରି କହିଥିଲେ ଯେ ଦେଶ ରେ ଦୀର୍ଘ ୧୨ ବର୍ଷ ରୁ ଉର୍ଦ୍ଧ ହେଲା ଭାରତୀୟ ଜନତା ପାର୍ଟି ସରକାର ଅଛି । ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ଦେଶବାସୀଙ୍କୁ ସୁଶାସନ ଦେଇଛି। କୌଣସି ଭ୍ରଷ୍ଟାଚାର ମଧ୍ୟ ହୋଇନାହିଁ କିନ୍ତୁ ମୁଖ୍ୟ ବିରୋଧି ଦଳ କଂଗ୍ରେସ ଦଳ ସମେତ ଅନ୍ୟ ବିରୋଧି ଦଳ କ୍ଷମତା ଫେରି ପାଇବା ପାଇଁ ତାଟିଆ କାମୁଡ଼ିଲା ପରି ରାଜନୀତି କରୁଛନ୍ତି । ବିଦେଶୀ ଦେଶ ଙ୍କ ସହାୟତା ରେ କେତେବେଳେ ଭୋଟ ଚୋରୀ, ତ କେତେବେଳେ ଇଭିଏମ, ଏସଆଇଆର ପ୍ରସଙ୍ଗ ନେଇ ଦେଶ ରେ ଅରାଜକତା ସୃଷ୍ଟି କରୁଛନ୍ତି ଯାହାକି ଗଣତନ୍ତ୍ର ପାଇଁ ଠିକ ନୁହଁ । ଏଣୁ ଏହାକୁ ନେଇ ଦେଶବାସୀ ସଚେତନ ହେବାର ଆବଶ୍ୟକତା ଅଛି |

Intellectuals Conference : ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂଙ୍କ ଦ୍ୱାରା ଖଡ଼ିଆଳଠାରେ ଵୃଦ୍ଧିଜୀବି ସମ୍ମିଳନୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର BJP Induction Ceremony: ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ