ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୭ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୮ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୮ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

BJP Induction Ceremony: ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ

BJP Induction Ceremony: ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ /ମାଲକାନଗିରି: ୦୫/୧୧/୨୬

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଜେପି ଦଳର ଲୋକପ୍ରିୟତା ବଢ଼ିବା ସହ ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ୱ ପ୍ରତି ଜିଲ୍ଲାବାସୀଙ୍କ ଆସ୍ଥା ଅତୁଟ ରହିଛି। ଏହି କ୍ରମରେ ଆଜି ପାଣ୍ଡ୍ରିପାଣି ମଣ୍ଡଳ ଅନ୍ତର୍ଗତ ବରଜା ସାପ୍ତାହିକ ହାଟଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ଗ୍ରାମ ପଞ୍ଚାୟତ ପେଦାୱାଡ଼ା, ସେରପଲ୍ଲୀ, ପାଣ୍ଡ୍ରିପାଣି, ମାର୍କାପଲ୍ଲୀ, ଗଙ୍ଗଲା ଓ ବୀର ଲକ୍ଷ୍ମଣପୁରରୁ କଂଗ୍ରେସ ଓ ବିଜେଡିର ୪୦୦ ଜଣ ସ୍ଥାନୀୟ ନେତା ଓ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପର୍ଶୁରାମ ବରଜା, ହାତିରାମ ପୁଟିଆ, ମାଧବ ପୁଟିଆ, ଅଜିତ କୋପେ, ରାତୁ କୁଲେଶି, ମହାଦେବ ମାଡ଼କାମୀ ଓ ଲଖିନାଥ ମୁଦୁଲିଙ୍କ ସମେତ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ ଯୋଗଦେଇ ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ଉତ୍ତରୀୟ ତଥା ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବକା ସାଥ୍, ସବକା ବିକାସ ମନ୍ତ୍ର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଡବଲ୍ ଇଞ୍ଜିନ୍ ସରକାରର ବିକାଶ ମୂଳକ କାର୍ଯ୍ୟ ଦେଖି ଲୋକେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ଏଥିରେ ପାଣ୍ଡ୍ରିପାଣି ମଣ୍ଡଳ ସଭାପତି ହଳଧର ୱାଙ୍କଡ଼, ପୂର୍ବତନ ଜିଲ୍ଲା ଉପସଭାପତି ଯୋଗିଆ ୱାଙ୍କଡ଼, ବିଜେପି ଜିଲ୍ଲା ସମ୍ପାଦକ ନିହାର ରାୟ, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ରାମ ମାଡ଼କାମୀ, ମାଧବ ମାଡ଼କାମୀ ଓ ଶିଶିର ହାଲଦାରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୬ଟି ପଞ୍ଚାୟତରୁ ଏକକାଳୀନ ୪୦୦ ଜଣଙ୍କ ଯୋଗଦାନ ଫଳରେ ସମ୍ପୃକ୍ତ ଅଞ୍ଚଳରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ନୂତନ ଶକ୍ତି ମିଳିବ ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।

BJP Induction Ceremony: ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Narasimha Madkami: ହତ୍ୟାକାଣ୍ଡରେ ପୀଡ଼ିତ ପରିବାରକୁ ଭେଟିଲେ ବିଧାୟକ ନରସିଂହ ମାଡକାମି