ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪୪ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Narasimha Madkami: ହତ୍ୟାକାଣ୍ଡରେ ପୀଡ଼ିତ ପରିବାରକୁ ଭେଟିଲେ ବିଧାୟକ ନରସିଂହ ମାଡକାମି

Narasimha Madkami: ହତ୍ୟାକାଣ୍ଡରେ ପୀଡ଼ିତ ପରିବାରକୁ ଭେଟିଲେ ବିଧାୟକ ନରସିଂହ ମାଡକାମି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୪/୧୧/୨୬

ଏମ୍‌ଭି-୩୬ ଗ୍ରାମରେ ଦମ୍ପତିଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା ଏବଂ ସେମାନଙ୍କ ୧୩ ବର୍ଷୀୟ ପୁଅକୁ ଗୁରୁତର ଆହତ କରାଯାଇଥିବା ହୃଦୟବିଦାରକ ଘଟଣା ପରେ ପୀଡ଼ିତ ପରିବାର ପାଖରେ ପହଞ୍ଚିଛନ୍ତି ବିଧାୟକ ଶ୍ରୀ ନରସିଂହ ମାଡକାମି।ପ୍ରଥମେ ସେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର ଆହତ ନାବାଳକ ସନ୍ଦୀପ ସରକାରଙ୍କୁ ଭେଟିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାପରେ ବିଧାୟକ ଘଟଣାସ୍ଥଳ ଏମ୍‌ଭି-୩୬ ଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ସହ ମଧ୍ୟ ସମଗ୍ର ଘଟଣାକ୍ରମ ଓ ପୁଲିସ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଥିଲେ।

Narasimha Madkami: ହତ୍ୟାକାଣ୍ଡରେ ପୀଡ଼ିତ ପରିବାରକୁ ଭେଟିଲେ ବିଧାୟକ ନରସିଂହ ମାଡକାମି – ସମୀକ୍ଷା

ଏହି ଜଘନ୍ୟ ଘଟଣାରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ମିଳିବା ପାଇଁ ସେ ନିଜ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରଖିବେ ବୋଲି ବିଧାୟକ କହିଛନ୍ତି।ସୂଚନାଯୋଗ୍ୟ, କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଏମ୍‌ଭି-୩୬ ଗ୍ରାମରେ ରମେନ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କୁ ଅଭିଯୁକ୍ତ ବିଶଙ୍କର ମଣ୍ଡଳ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଝରକା ଭାଙ୍ଗି ଘରେ ପଶି ଉଭୟଙ୍କୁ ଆକ୍ରମଣ କରାଯାଇଥିବାବେଳେ ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ଉପସ୍ଥିତ ଥିବା ସେମାନଙ୍କ ୧୩ ବର୍ଷୀୟ ପୁଅ ସନ୍ଦୀପ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ନିଜ ଆଖି ଆଗରେ ବାପା-ମାଆଙ୍କୁ ହରାଇ ଏବେ ଜୀବନ ସହ ସଂଗ୍ରାମ କରୁଥିବା ନାବାଳକଙ୍କ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ପୀଡ଼ିତ ନାବାଳକଙ୍କ ଚିକିତ୍ସା, ସୁରକ୍ଷା ଓ ଭବିଷ୍ୟତର ଦାୟିତ୍ୱ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସାରଳା ଗ୍ରାମ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା