ବରଦା ଦାସ / ଯୁଗ୍ମ ସମ୍ପାଦକ/କଟକ/ସମୀକ୍ଷା ନ୍ୟୁଜ:
କଟକ ତା 8-11: ରାଜ୍ୟ ସରକାର କେବଳ ଅକ୍ଟୋବର ଏକ ତାରିଖ ଦିନ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପ୍ରତି ଜିଲ୍ଲାରେ ପାଳନ କରୁଥିବା ବେଳେ ଜୁନ ପନ୍ଦର ଦିନ ବରିଷ୍ଠ ନାଗରିକ ହତାଦର ଦିବସ ରେ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି l ସମ୍ପ୍ରତି ବରିଷ୍ଠ ନାଗରିକ ମାନେ ମାନସିକ ଶାନ୍ତି ପାଇଁ ଅନେକ ସଂଘ ଗଠନକୁ ଆଦରି ନେଇଛନ୍ତି, ସେମାନଙ୍କୁ ସମିତି ସମ୍ମିଳନୀ ଗୃହ ସରକାର ଙ୍କ ତରଫରୁ ଯୋଗାଇ ଦେବାର ଜରୁରୀ ଆବଶ୍ୟକତା ରହିଛି l ସେମାନେ ମଧ୍ଯ ଜିଲ୍ଲାପାଳ ଓ ସରକାରଙ୍କୁ ଏଥିନିମନ୍ତେ ଅନୁରୋଧ କରି ଆସୁଛନ୍ତି l ଥିଙ୍କର୍ସ କ୍ଲବ ର ଷଷ୍ଠ ବର୍ଷ 165 ତମ ଆଭାସୀ ଆଲୋଚନା ସଭାପତି ଶ୍ରୀ ବରଦା ପ୍ରସନ୍ନ ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ରାଜ କିଶୋର ସାମନ୍ତରାୟ ଆଲୋଚନାରେ ଭାଗ ନେଇ ବହୁ ସମସ୍ୟା ଉପସ୍ଥାପନ କରିଥିଲେ l କଟକ ନଗର ଓ ଜିଲ୍ଲା ସଭାପତି ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା ଓ ବିଷ୍ନୁ ମୋହନ ଦାସ ସାମନ୍ତ ବକ୍ତା ଭାବେ ଯୋଗଦାନ କରି ରାଜନୈତିକ ଇଚ୍ଛାଶକ୍ତି ବିନା ସମସ୍ୟା ଗୁଡିକ ସମାଧାନ ହେଉନଥିବା ପ୍ରକାଶ କରିଥିଲେ l ଏ ସମ୍ପର୍କରେ ପୂର୍ବତନ ସଚିବ, ପୂର୍ତ୍ତ ବିଭାଗ ଇଂ ଡ ନନ୍ଦ ନନ୍ଦନ ଦାସ ପ୍ରଧାନ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଥିଲେ l ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହିତ ହେଲା l ଶେଷରେ ସମ୍ପାଦକ ପ୍ରଫେସର ଉମାଶଙ୍କର ମିଶ୍ର ଧନ୍ୟବାଦ ଦେଇଥିଲେ l ଅଲୋଚନାଟି ଥିଙ୍କର୍ସ କ୍ଲବ ୟୁ ଟ୍ୟୁବ୍ ରେ ଉପଲବ୍ଧ l






