ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୬ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୬ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୬ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ

Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୯/୧୧/୨୬ -ମୟୂରଭଞ୍ଜ ଜିଲ୍ଲାରେ ଦୁଷ୍କର୍ମ ଖବର ନେଇ ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟର ନାବାଳିକା ଛାତ୍ରୀ ୭ମାସ ଗର୍ଭବତୀ ହେବା ସହ ନବଜାତକର ମୃତ୍ୟୁ ଘଟଣା ଜିଲ୍ଲାରେ ଭାଇରାଲ ହୋଇଥିବା ବେଳେ ପୁଣି ଏକ ଦୁଃଖଦ ଓ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି । ଏସଟିଏସସି ଉନ୍ନୟନ ବିଭାଗ ପରିଚାଳିତ ଏକ ଆଶ୍ରମ ବିଦ୍ୟାଳୟରେ ଅଧ୍ୟୟନରତ ଆଉଜଣେ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇ ୩ ମାସର ଗର୍ଭବତୀ ହେବା ଘଟଣା ରାସଗୋବିନ୍ଦପୁର ଅଞ୍ଚଳରେ ଘଟିଯାଇଛି । ସୂଚନା ଅନୁଯାୟୀ, ଜୈନିକା ନାବାଳିକା ଉକ୍ତ ଥାନା ଅଧୀନ ଆଶ୍ରମ ବିଦ୍ୟାଳୟରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ଅଗଷ୍ଟ ମାସରେ ଉକ୍ତ ନାବାଳିକା ଜଣକ ଛୁଟିରେ ଘରକୁ ଯାଇ ଏକ କୁକୁଡ଼ା ଫାର୍ମରେ କାମ କରିଥିଲେ । ବିଦ୍ୟାଳୟ ଖୋଲିବା ପରେ ସେ ପୁନର୍ବାର ଛାତ୍ରୀନିବାସକୁ ଫେରି ପାଠପଢ଼ା ଜାରି ରଖିଥିଲେ । ଅଭିଯୋଗ ଅନୁଯାୟୀ ଉକ୍ତ କୁକୁଡ଼ା ଫାର୍ମର ଜଣେ ୫୧ ବର୍ଷୀୟ ବ୍ୟକ୍ତି ଉକ୍ତ ନାବାଳିକାଙ୍କୁ ଜବରଦସ୍ତି ବଳାତ୍କାର କରିଥିଲେ ଏବଂ କାହାକୁ ଏକଥା ନଜଣାଇବାକୁ ଧମକ ମଧ୍ୟ ଦେଇଥିଲେ । ଶନିବାର ଦିନ ନାବାଳିକା ଜଣକ ହଠାତ ଅସୁସ୍ଥ ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ତାଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ – ସମୀକ୍ଷା

ଡାକ୍ତରୀ ପରୀକ୍ଷା ପରେ ନାବାଳିକା ଜଣକ ୩ ମାସର ଗର୍ଭବତୀ ଥିବା ଜଣା ପଡ଼ିବା ପରେ ନାବାଳିକା ଜଣକ ଘଟଣା ବାବଦରେ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ବିଧବା ମା’ ପଚରାଉଚରା କରିବାରୁ ଝିଅ ସବୁକଥା କହିଥିଲେ । ଘଟଣାକୁ ନେଇ ଅଭିଯୁକ୍ତ ଛାତ୍ରୀଙ୍କୁ ପ୍ରକାଶ କଲେ ଜୀବନ ପ୍ରତି ବିପଦ ହେବ ବୋଲି ମଧ୍ୟ ଛାତ୍ରୀଙ୍କୁ ଧମକ ଦେଇଥିଲେ । ଏନେଇ ରାସଗୋବିନ୍ଦପୁର ଥାନାରେ ନାବାଳିକାଙ୍କ ମା ଲିଖିତ ଅଭିଯୋଗ କରିବା ପରେ ୫୮୫/୨୬ରେ ଏକ ମାମଲା ରୁଜୁ ପୂର୍ବକ ପୁଲିସ ସମ୍ପୃକ୍ତ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ମୁଣ୍ଡ ଭିତରୁ ଗୋଟିଏ ଆଶ୍ରମ ବିଦ୍ୟାଳୟର ଘଟଣା ନଯାଉଣୁ ପୁଣି ଅନ୍ୟଏକ ଘଟଣା ନେଇ ଛାତ୍ରୀଙ୍କ ସୁରକ୍ଷା, ନିରୀକ୍ଷଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆବଶ୍ୟକୀୟ ନିୟମର କଡାକଡି କାର୍ଯ୍ୟକାରିତାକୁ ନେଇ ଏବେ ଅଞ୍ଚଳ ଓ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି । ଶିକ୍ଷାନୁଷ୍ଠାନର ଏଭଳି ନୀନ୍ଦନୀୟ ଘଟଣାକୁ ବ୍ୟାପକ ଚର୍ଚ୍ଚା ଚାଲିଥିବା ବେଳେ ଅବିଭାବକ ଗଣ ମାନସିକ ଚିନ୍ତା କବଳରେ ରହିଥିବା ଜାଣିବାକୁ ମିଳିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Rairangpur joint public grievance redressal camp: ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର