ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୬ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୬ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୬ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ୧୦/୧୧/୨୬

କାମଧନ୍ଦା ଅଭାବରୁ ସୁଦୂର ପୁନେରେ ଦାଦନ ଖଟୁଥିବା ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୁନେରେ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି । ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଯୋଗେ ଆଜି ମୃତ ଦେହ ଆସି ଗାଁ ରେ ପହଞ୍ଚିଛି । ଦାଦନ ଖଟୁଥିବା ଯୁବକଙ୍କ ପତ୍ନୀଙ୍କ ସହ ଠିକାଦାରଙ୍କ ସମ୍ପର୍କକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ମାଆ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଦାଦନ ହୋଇ ଯାଇଥିଲେ ସବ ହୋଇ ଫେରିଲେ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖଣ୍ଡାମରା ଗାଁ ର ୨୫ ବର୍ଷୀୟ ଯୁବକ ରୋହିତ ସାହୁ । ଗାଁ ରେ କାମ ନମିଳିବାରୁ ନିଜ ଅଭାବି ସଂସାର ର ଅଭାବ ଦୂର କରିବା ପାଇଁ ସୁଦୂର ମହାରାଷ୍ଟ୍ରର ପୁନେରେ ଦାଦନ ଖଟୁଥିଲେ । ଯେଉଁ ଦି ପଇସା ମିଳୁଥିଲା ସେଥିରେ ୫ ପ୍ରାଣୀ କୁଟୁମ୍ବ ସୁଖେ ଦୁଖେ ଚାଲିଯାଉଥିଲେ । ମାତ୍ର ଦଇବ ଭାଗ୍ୟରେ ଦାଉ ସାଧିଲା । ଗତ ୭ ତାରିଖ ରାତିରେ ପୁନେ ଠାରେ ରୋହିତ ଙ୍କ ମୃତ୍ୟୁ ଘଟିଛି । ଆଜି ପୁଅର ଶବ ଗାଁରେ ପହଞ୍ଚିବା ପରେ ମା କାନ୍ଦି କାନ୍ଦି ପଗେଳି ପ୍ରାୟ ,କାହାକୁ କଣ କହୁଛି ଜାଣି ପାରୁନି ,କାନ୍ଦି କାନ୍ଦି ଘଡିକୁ ଘଡି ବେହୋସ ହୋଇଯାଉଥିବା ବେଳେ ମୃତ ରୋହିତ ଙ୍କ ଭଉଣୀ ଆଖିର ଲୁହ ବନ୍ଧ ବାଡ ମାନୁନି । ସେପଟେ ତାଙ୍କ ପତ୍ନୀ ଠିକାଦାର ଙ୍କ ନାଁ ରେ ଆଣିଛନ୍ତି ସାଂଘାତିକ ଅଭ୍ଜିଯୋଗ । ଠିକାଦାର ମୋ ସହ ଖରାପ ସମ୍ପର୍କ ରଖିବାକୁ ଚାହୁଁ ଥିଲା ସେ ହିଁ ମୋ ସ୍ବାମୀଙ୍କୁ ମାରିଛି ବୋଲି ତାଙ୍କ ପତ୍ନୀ କ୍ୟାମେରା ସାମ୍ନା ରେ କହିଛନ୍ତି । ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ ଏହି ପରିବାର କିପରି ଆଗକୁ ବଢିବ ସେ ନେଇ ଚିନ୍ତାରେ ପଡିଛନ୍ତି । ମୃତ ରୋହିତ ଙ୍କର ଘରେ ଶଯ୍ୟାସାଇ ବୃଦ୍ଧ ବାପା ,ମା ଓ ଚାରି ଭଉଣୀ ଙ୍କ ମଧ୍ୟରୁ ତିନିଜଣ ବିବାହ କରିଥିବା ବେଳେ ଅନ୍ୟଜଣେ ଅବିବାହିତ ଭଉଣୀ ଅଛନ୍ତି । ପ୍ରକୃତରେ ତାଙ୍କର କିପରି ମୃତ୍ୟୁ ହୋଇଛି ତାହା ଆଗାମୀ ଦିନରେ ପୁଲିସ ତଦନ୍ତରୁ ଜଣାପଡିବ । ତୁରନ୍ତ ଏହି ଅସହାୟ ପରିବାର କୁ ସାହାଯ୍ୟ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି |

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ