ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ତିରିଂ, ୧୦/୧୧/୨୬ – ମୟୂରଭଞ୍ଜ ଜିଲ୍ଲାରେ ନାବାଳିକାଙ୍କ ଉପରେ ନର ରାକ୍ଷସଙ୍କ ଲୋଲୁପ ଦୃଷ୍ଟି ଓ କୁକର୍ମ ଖବର ଏବେ ବୃଦ୍ଧି ପାଇବାରେ ଲାଗିଛି ତଥା ନିଜ କନ୍ୟାସନ୍ତାନ ନେଇ ପିତାମାତା ଖୁବ ଆଶଙ୍କା ମଧ୍ୟରେ ଗତି କରୁଥିବା ଖବର ଏବେ ବିଭିନ୍ନ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ ଦେବା ବ୍ୟତୀତ ନିରାଶ ଜନକ ଭଳି ମନେହୁଏ । ସେହିଭଳି ଏକ ଦୁଃଖଦ ଘଟଣା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ସୀମାନ୍ତ ତିରିଂ ଥାନା ଅଞ୍ଚଳରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀ ସହ ଘଟିଥିବା ଜଣାପଡ଼ିଛି । ନାବାଳିକାଙ୍କୁ ପ୍ରଲୋଭୋନ ଓ ଫୁସୁଲାଇ ଜନୈକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ତିରିଂ ଥାନା ଅଞ୍ଚଳର କାମାକ୍ତ ଯୁବକ ମୋଚିରାମ ମୁର୍ମୁ(୩୧) ନିଜର କାମନା ପୁରଣ ପାଇଁ ନିରିହ ସରଳ ଯୁବତୀ ମାନଙ୍କୁ ଫୁସୁଲାଇ ଦେହର ବାସ୍ନା ମେଣ୍ଟାଉଥିବା ନେଇ ଏକ ଲଜ୍ଜା ଜନକ ଘଟଣା ପୁଣି ଅଂଚଳରେ ମୁଣ୍ଡବିନ୍ଧାର କାରଣ ହୋଇଛି । ଘଟଣା କ୍ରମେ ଜନୈକ ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଫୁସୁଲାଇ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଶନିବାର ଦିନ ତିରିଂ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ତିରିଂ ଥାନାଧିକାରୀ ରାମହରି ସେଠୀ କେଶ ମାମଲା ୧୮୦/୨୬ ରୁଜୁ କରିବା ସହ କାମାନ୍ଧ ଯୁବକ ମୋଚିରାମ ମୁର୍ମୁ କୁ ଗିରଫ କରି ପୋସ୍କୋ କୋର୍ଟ ଚାଲାଣ କରିବା ସହ ନାବାଳିକାର ଡାକ୍ତରୀ ମାଇନା ପୂର୍ବକ ୧୬୪ ଧାରା ଅନୁସାରେ ନାବାଳିକାର ବୟାନ ରେକର୍ଡ କରି ଘଟଣାର ତଦନ୍ତକୁ ଜୋରଦାର କରିଥିବା ଜଣାପଡିଛି । ତେବେ ଏଭଳି ନରରାକ୍ଷସଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ନେଇ ଅଞ୍ଚଳରେ ଜୋର ଚର୍ଚ୍ଚା ହେଉଛି ।






