ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୬ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୬ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୬ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୭ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୭ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୭ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୭ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୭ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୭ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୭ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Bhratri Dwitiya: ସୁରକ୍ଷା ଆଉ ଆଶୀର୍ବାଦର ଅନନ୍ୟ ପ୍ରଥା -ଭାତୃ ଦ୍ଵିତୀୟା

Bhratri Dwitiya: ସୁରକ୍ଷା ଆଉ ଆଶୀର୍ବାଦର ଅନନ୍ୟ ପ୍ରଥା -ଭାତୃ ଦ୍ଵିତୀୟା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୧/୧୧/୨୬ -ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ଯାହାକୁ ଯମଦ୍ଵିତୀୟା ବା ଭାତୃ ଦ୍ଵିତୀୟା ବା ଭାଇ ଦୁଜ ବୋଲି କୁହାଯାଏ l ହିନ୍ଦୁ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି l ଏହି ନିର୍ଦ୍ଦିଷ୍ଟ ଦିନକୁ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ରୁପେ ମନାଯାଏ, ଏହା ଭାଇ-ଭଉଣୀଙ୍କ ସ୍ନେହ, ସୁରକ୍ଷା ଆଉ ଆଶୀର୍ବାଦର ପର୍ବ । ଏହା ଦୀପାବଳୀ ପରର ଦ୍ୱିତୀୟା ତିଥିରେ, ଅର୍ଥାତ୍ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳନ ହୁଏ । ଓଡ଼ିଶାରେ ଏହାକୁ ଭାଇ ଦୁଜ ବୋଲି ମଧ୍ୟ କୁହାଯାଏ । ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅନନ୍ୟ ବୁଝାମଣା ଥାଏ, ସେମାନେ ପରସ୍ପରର ସବୁଠାରୁ ଭଲ ବନ୍ଧୁ, ପରସ୍ପରର ରକ୍ଷକ, ପରସ୍ପରର ପ୍ରଶଂସକ, ପରସ୍ପରର ଗୁପ୍ତ ଅଂଶୀଦାର ଏବଂ ପରସ୍ପର ପ୍ରତି ନିଃସର୍ତ୍ତ ପ୍ରେମକୁ ବାନ୍ଧି ରଖିବାକୁ ପ୍ରତିବର୍ଷ ଏହି ତିଥିରେ ଏହି ପର୍ବକୁ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ବହୁତ ଦିନ ପରେ, ଯମୁନା ତାଙ୍କ ଭାଇଙ୍କୁ ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ସେ ତାଙ୍କୁ ଉତ୍ସାହ ସହିତ ସ୍ୱାଗତ କଲେ, ତାଙ୍କ କପାଳରେ ତିଳକ ଲଗାଇଲେ, ଅରୁଆ ଚାଉଳ ପକାଇଲେ ଏବଂ ଦ୍ଵୀପ ଜାଳି ବନ୍ଦାପନା ପୂର୍ବକ ତାଙ୍କ ମଙ୍ଗଳ ଏବଂ ସୁଖ ପାଇଁ ପ୍ରାର୍ଥନା କଲେ । ତାଙ୍କ ପ୍ରେମ ଏବଂ ଭକ୍ତିରେ ପ୍ରଭାବିତ ହୋଇ, ଯମରାଜ ଏକ ଆଶୀର୍ବାଦ ଦେଲେ, ଯେଉଁ ଭାଇ ଏହି ଦିନ ତାଙ୍କ ଭଉଣୀଙ୍କଠାରୁ ତିଳକ ଗ୍ରହଣ କରନ୍ତି ଏବଂ ତାଙ୍କ ସହିତ ଭୋଜନ କରନ୍ତି, ସେ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଦୀର୍ଘ ଜୀବନ ସହ ଅକାଳ ମୃତ୍ୟୁ ଭୟ ରହିବ ନାହିଁ ବୋଲି ଆଶୀର୍ବାଦ ପାଇବେ ।

Bhratri Dwitiya: ସୁରକ୍ଷା ଆଉ ଆଶୀର୍ବାଦର ଅନନ୍ୟ ପ୍ରଥା -ଭାତୃ ଦ୍ଵିତୀୟା – ସମୀକ୍ଷା

ସେହି ଦିନଠାରୁ ଏହି ଅବସରକୁ ସାରା ଦେଶରେ “ଯମଦ୍ୱିତୀୟା” କିମ୍ବା ” ଭାତୃ ଦ୍ୱିତୀୟା ” ଭାବରେ ପାଳନ କରାଯିବା ଆରମ୍ଭ ହୋଇଥିଲା । ସେହିଭଳି ଅନ୍ୟଏକ ମତରେ କୃଷ୍ଣ ନରକାସୁରକୁ ବଧ କରି ଫେରିବା ପରେ ଭଉଣୀ ସୁଭଦ୍ରା ତାଙ୍କୁ ଫୁଲ, ଦୀପ, ମିଠା ଦେଇ ସ୍ୱାଗତ କରି କପାଳରେ ତିଳକ ଲଗାଇଥିଲେ । ସେଥିପାଇଁ ଏହି ଦିନ ଭଉଣୀ ଭାଇ ମଥାରେ ତିଳକ ଲଗାଇ ତାର ଲମ୍ବା ଜୀବନ, ସୁସ୍ଥତା ଆଉ ସଫଳତା କାମନା କରେ । ପ୍ରତି ବଦଳରେ ଭାଇ ଭଉଣୀକୁ ଉପହାର ଦେଇ ସବୁବେଳେ ତାକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ । ତେବେ ସହଜରେ ବୁଝିବାକୁ ଗଲେ ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଉଥିବା ବେଳେ ଭାତୃ ଦ୍ୱିତୀୟାରେ ଭଉଣୀ ଭାଇର ଦୀର୍ଘ ଜୀବନ, ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରେ । ତେବେ ପ୍ରତି ବର୍ଷ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ, ଦୀପାବଳୀର ୨ ଦିନ ପରେ ପାଳିତ ଏହି ପରମ୍ପରାର ଉତ୍ପତ୍ତି ଯମୁନା ନଦୀ କୂଳ, ମଥୁରା ବୋଲି ମନାଯାଏ । ଆଜି ବି ମଥୁରାର ବିଶ୍ରାମ ଘାଟରେ ଭାଇ-ଭଉଣୀ ଏକାଠି ଯମୁନାରେ ସ୍ନାନ କରନ୍ତି ବୋଲି ବିଶ୍ବାସ ରହିଛି । ପୁଣିଏହି ଦିନ ଅନ୍ୟ ଏକ ପୂଜା ମଧ୍ୟ କରାଯାଏ ବୋଲି ବିଧି ରହିଛି ।

Bhratri Dwitiya: ସୁରକ୍ଷା ଆଉ ଆଶୀର୍ବାଦର ଅନନ୍ୟ ପ୍ରଥା -ଭାତୃ ଦ୍ଵିତୀୟା – ସମୀକ୍ଷା

ଏହି ଦିନ ପ୍ରେତପୁରୀର ରାଜା ଯମରାଜାଙ୍କ ଦକ୍ଷିଣ ପାର୍ଶ୍ଵରେ ଥିବା ଚିତ୍ରଗୁପ୍ତ ଙ୍କୁ ମଧ୍ୟ ପୂଜା କରାଯାଏ, ଏହାକୁ ଚିତ୍ରଗୁପ୍ତ ଜୟନ୍ତୀ କୁହାଯାଏ । ଏହି ପୂଜା ସନ୍ଧ୍ୟା ସମୟରେ କରାଯାଏ । ଚିତ୍ରଗୁପ୍ତ ଯିଏକି ପ୍ରାଣୀ ମାନଙ୍କର ପାପ ପୁଣ୍ୟ , ସୁକର୍ମ, କୁକର୍ମ ର ହିସାବ କରି ଯମରାଜା ଙ୍କୁ ଜଣାଇଥାନ୍ତି । ସେଥିପାଇଁ ଚିତ୍ରଗୁପ୍ତଙ୍କୁ ପୂଜା କଲେ ପ୍ରାଣୀ ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇଥାନ୍ତି । ଏହି ପର୍ବ ଓଡ଼ିଶାର ପଶ୍ଚିମାଞ୍ଚଳ ସହିତ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଏ । ପୁଣି ସତ୍ୟଯୁଗରେ ମା’ ଲକ୍ଷ୍ମୀ ବଳି ରାଜାଙ୍କୁ ଭ୍ରାତୃ ରୂପେ ରାକ୍ଷୀ ବାନ୍ଧି ଶ୍ରୀନାରାୟଣଙ୍କୁ ବଳିଙ୍କ ଦ୍ୱାରପାଳ ପଣରୁ ମୁକ୍ତ କରିଥିଲେ । ତ୍ରେତୟାରେ ଆଦର୍ଶ ଭାଇ ଭଉଣୀ ଥିଲେ ପ୍ରଭୁ ଶ୍ରୀରାମ ଏବଂ ଶାନ୍ତା । ଦ୍ୱାପର ଯୁଗର ଶ୍ରୀକୃଷ୍ଣ ବଳରାମ ଗେହ୍ଲା ଭଉଣୀ ସୁଭଦ୍ରାଙ୍କୁ ଧରି ସ୍ୱୟଂ ଶ୍ରୀକ୍ଷେତ୍ରରେ କଳି ଯୁଗରେ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ବିଜେ କରିଛନ୍ତି ବୋଲି ମଧ୍ୟ ଏହି ପର୍ବର ଗୁରୁତ୍ୱ ରହିଛି ବୋଲି ଆଲୋଚନା ହୋଇଥାଏ । ତେବେ ଓଡ଼ିଶାରେ ଏହାକୁ ଭାଇ ଦୁଜ ବା ଭାତୃ ଦ୍ୱିତୀୟା, ଉତ୍ତର ଭାରତରେ ଭାଇୟା ଦୁଜ ବା ଭାଇ ଦୁଜ, ମହାରାଷ୍ଟ୍ରରେ ଭାଉ ବୀଜ, ପଶ୍ଚିମବଙ୍ଗରେ ଭାଇ ଫୋଁଟା, ନେପାଳରେ ଭାଇ ଟିକା, ବିହାରରେ ଭରଦୁତିୟା ବା ଭାତୃ ଦ୍ୱିତୀୟା, କର୍ଣ୍ଣାଟକରେ ସୋଦର ବିଦିଗେ ବୋଲି କୁହାଯାଉଥିବା ବେଳେ ଏ ପର୍ବର ମୂଳ ଉତ୍ପତ୍ତି ମଥୁରା-ଯମୁନା କୂଳ ବୋଲି ମତ ପ୍ରକାଶ ହୁଏ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Passing of Bharati Didi: ଭାରତୀ ଦିଦିଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା