ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୬ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୬ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୬ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୬ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୬ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୬ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Drinking water project: ପାନୀୟ ଜଳ ପ୍ରକଳ୍ପ ଥାଇ ବି ମେଣ୍ଟୁନି ଶୋଷ

Drinking water project: ପାନୀୟ ଜଳ ପ୍ରକଳ୍ପ ଥାଇ ବି ମେଣ୍ଟୁନି ଶୋଷ – ସମୀକ୍ଷା ଖବର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:

ନୂଆଗାଁ, ୧୧/୧୧: ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇଛି। ପମ୍ପହାଉସ୍‌ ଓ ପାଇପ୍‌ଲାଇନ୍‌ ସହ ଟ୍ୟାପ୍‌ ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏସବୁ ସୁବିଧା ଗ୍ରାମବାସୀଙ୍କ କାମରେ ଆସୁନାହିଁ। ପାଇପ୍‌ ଯୋଗେ ପାଣି ମିଳୁନଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୩୦୦ରୁ ଅଧିକ ଲୋକ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ଘଡ଼େଇବନ୍ଧ ଗ୍ରାମସ୍ଥିତ ବଡ଼ ହରିଜନ ସାହିରୁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସାହିରେ ପାନୀୟ ଜଳ ଯୋଗାଣ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଥିଲେ ମଧ୍ୟ ତାହାର ସୁଫଳ ମିଳୁନାହିଁ। ଫଳରେ ପ୍ରତିଦିନ ପିଇବା ପାଣିଠାରୁ ଆରମ୍ଭ କରି ରୋଷେଇ ଓ ଅନ୍ୟାନ୍ୟ ଘରୋଇ କାର୍ଯ୍ୟ ପାଇଁ ଲୋକଙ୍କୁ ନଳକୂପ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ରହିଥିବାରୁ ଜଳ ସଂଗ୍ରହ କରିବାରେ ଅସୁବିଧା ହେଉଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି।

Drinking water project: ପାନୀୟ ଜଳ ପ୍ରକଳ୍ପ ଥାଇ ବି ମେଣ୍ଟୁନି ଶୋଷ – ସମୀକ୍ଷା

କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ମାତ୍ର ଘଡ଼େଇବନ୍ଧରେ ନିର୍ମିତ ଜଳ ଯୋଗାଣ ବ୍ୟବସ୍ଥା ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନଥିବାରୁ ପ୍ରକଳ୍ପର ତଦାରଖ ଓ ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି। ପାଣିଟାଙ୍କି ଓ ପମ୍ପହାଉସ୍‌ ଥିବା ସତ୍ତ୍ୱେ କେଉଁ କାରଣରୁ ଟ୍ୟାପ୍‌ରେ ପାଣି ଆସୁନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ପ୍ରକଳ୍ପରେ ବୈଷୟିକ ତ୍ରୁଟି ରହିଛି ନା ଜଳ ଯୋଗାଣ ପରିଚାଳନାରେ ସମସ୍ୟା ରହିଛି, ତାହା ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି। କେବଳ ଭିତ୍ତିଭୂମି ନିର୍ମାଣ ନୁହେଁ, ନିୟମିତ ଜଳ ଯୋଗାଣ ସୁନିଶ୍ଚିତ କରାଗଲେ ହିଁ ଲୋକମାନେ ଏହି ପ୍ରକଳ୍ପର ପ୍ରକୃତ ସୁଫଳ ପାଇପାରିବେ। ଏହି ସମସ୍ୟାର ସମାଧାନ ପାଇଁ ନୂଆଗାଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଜଳ ଯୋଗାଣ ବ୍ୟବସ୍ଥାର ତ୍ରୁଟି ଚିହ୍ନଟ କରିବା ସହ ସାହିର ସମସ୍ତ ପରିବାରକୁ ନିୟମିତ ପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ବାହାଡ଼ାଝୋଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍‌ ଉଠାଇ ନଥିବାରୁ ତାଙ୍କ ମତାମତ ମିଳିପାରିନାହିଁ। ଏବେ ପ୍ରଶାସନ କେବେ ପଦକ୍ଷେପ ନେଇ ଏହି ଜଳ ସଙ୍କଟ ଦୂର କରୁଛି, ତାହାକୁ ଅପେକ୍ଷା କରିଛନ୍ତି ସାହିବାସିନ୍ଦା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Goddess Bhagavati: ଆଠମାସ ପରେ ଖୋଲିଲା ମା ଭଗବତୀଙ୍କ ବାହାରହୁଣ୍ଡି