ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୯ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୯ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୯ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୯ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୯ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧୦ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧୦ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧୦ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧୦ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧୦ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Biswanath Pattnaik 111th Birth Anniversary: ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ

Biswanath Pattnaik 111th Birth Anniversary: ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ : 11.11.2026

ବାଲିଗୁଡ଼ା: ତ୍ୟାଗ, ସେବା, ସମର୍ପଣ ଓ ମାନବିକତାର ମହାନ ଆଦର୍ଶକୁ ଜୀବନର ମୂଳମନ୍ତ୍ର କରିଥିବା ସର୍ବୋଦୟ ଆନ୍ଦୋଳନର ଅନ୍ୟତମ ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ ବାଲିଗୁଡ଼ାସ୍ଥିତ ବନବାସୀ ସେବା ସମିତି ପରିସରରେ ଶ୍ରଦ୍ଧା, ଭକ୍ତି ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ସମାରୋହ କେବଳ ଜଣେ ମହାନ ସମାଜସେବୀଙ୍କୁ ସ୍ମରଣ କରିବାର କାର୍ଯ୍ୟକ୍ରମ ନଥିଲା, ବରଂ ତାଙ୍କର ସେବା, ତ୍ୟାଗ ଓ ମାନବ କଲ୍ୟାଣର ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପ୍ରସାର କରିବାର ଏକ ଅନନ୍ୟ ପ୍ରୟାସ ଥିଲା। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସ୍ତରୀୟ ସେବା ସମ୍ମାନରେ ସମ୍ମାନିତ କରାଯିବା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ତିନିଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଜୟନ୍ତୀ ଉତ୍ସବର ଶୁଭାରମ୍ଭ ପ୍ରତ୍ୟୁଷରୁ ବୈତାଳିକ ପ୍ରାର୍ଥନା ମାଧ୍ୟମରେ ହୋଇଥିଲା। ପରେ ଅତିଥିବୃନ୍ଦ ଓ ସମିତିର କର୍ମକର୍ତ୍ତାମାନେ ଆଜ୍ଞାଙ୍କ ସ୍ମୃତିପୀଠରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ମହାନ ଜୀବନାଦର୍ଶକୁ ସ୍ମରଣ କରିଥିଲେ।

Biswanath Pattnaik 111th Birth Anniversary: ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ – ସମୀକ୍ଷା

ଏହାପରେ ଆୟୋଜିତ ସାଧାରଣ ସଭାରେ ବନବାସୀ ସେବା ସମିତିର ସଭାପତି ଲାଲନନ୍ଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକର ସଭାନେତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କ୍ରୀଷ୍ଣା ମହାନ୍ତି ଉଦ୍‌ଘାଟିକା ଭାବେ ଯୋଗଦେଇଥିଲେ। କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଏକାମ୍ର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ଲଳିତ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ କ୍ଲାପ୍‌ର ଅଧ୍ୟକ୍ଷ ବିକାଶ ଦାସ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରତ୍ନେଶ୍ୱର ସାହୁ, କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଓ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟସ୍ତରୀୟ ସେବା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ। ସମାଜର ଉନ୍ନତି, ମାନବ କଲ୍ୟାଣ ଓ ନିଃସ୍ୱାର୍ଥ ସେବା କ୍ଷେତ୍ରରେ ନିଜର ଅବଦାନ ପାଇଁ ତିନିଜଣ ବ୍ୟକ୍ତିଙ୍କୁ ଚୟନ କରାଯାଇ ସମ୍ମାନିତ କରାଯାଇଥିଲା। ରାୟଗଡ଼ା ଜିଲ୍ଲାର ସମାଜସେବୀ ଜଳନ୍ଧର ପୁସିକାଙ୍କୁ ୧୪ତମ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ସେବା ସମ୍ମାନ, ଅନୁଗୁଳ ଜିଲ୍ଲାର ସମାଜସେବୀ ଶିବରାମ ମିଶ୍ରଙ୍କୁ ୨୧ତମ ଋଷିପ୍ରାଣ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ ଏବଂ ଭୁବନେଶ୍ୱରର ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ଦାସଙ୍କୁ ୨୧ତମ ମା’ ରମାଦେବୀ-ମାଳତୀ ଚୌଧୁରୀ ସ୍ମାରକ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି ତିନିଜଣ ସମାଜସେବୀଙ୍କୁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ସମ୍ମାନ ଗ୍ରହଣ କରିବା ପରେ ସେମାନେ ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ ଆଗାମୀ ଦିନରେ ମଧ୍ୟ ସମାଜସେବା ପ୍ରତି ସମର୍ପିତ ରହିବାର ଭାବନା ବ୍ୟକ୍ତ କରିଥିଲେ। ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ମୁଖ୍ୟ ମାଧ୍ୟମ। ଏହି ଚିନ୍ତାଧାରାକୁ ଗୁରୁତ୍ୱ ଦେଇ ସମିତି ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନିଜଣ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ୨୦୨୬ ମସିହା ମାଟ୍ରିକ୍ ପରୀକ୍ଷାରେ ଅନୁଷ୍ଠାନର ସର୍ବୋଚ୍ଚ ନମ୍ବର ହାସଲ କରିଥିବା ରବିଙ୍ଗିଆ କନ୍ୟାଶ୍ରମର ଛାତ୍ରୀ ସୁଶ୍ରୀ ଅର୍ଚ୍ଚିତା କହଁର, ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଘନଶ୍ୟାମ ଦାସ ଏବଂ ବାଲିଗୁଡ଼ା ଶିଶୁସଦନର ଛାତ୍ର ରାଜାଙ୍କୁ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ନଗଦ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି କୁଶଳ ଚନ୍ଦ୍ର ନାୟକ ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନୀ, ସଂଘର୍ଷ ଓ ଆଦର୍ଶକୁ ନେଇ ପ୍ରସ୍ତୁତ ‘ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ସ୍ମରଣିକା’ ଉନ୍ମୋଚନ କରିଥିଲେ। ସମିତିର ସହ-ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବାର୍ଷିକ କାର୍ଯ୍ୟ ବିବରଣୀ ପାଠ କରିଥିବାବେଳେ ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ‘ଆଜ୍ଞା ସେବା ସମ୍ମାନ’ର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମିତିର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ଓ ଉଦ୍‌ଯାପନୀ ସଙ୍ଗୀତ ପରିବେଷଣ କରିଥିଲେ।

Biswanath Pattnaik 111th Birth Anniversary: ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳିତ – ସମୀକ୍ଷା

ଦିନବ୍ୟାପୀ ଚାଲିଥିବା ଏହି ଜୟନ୍ତୀ ସମାରୋହରେ ଅପରାହ୍ନରେ ପୁରସ୍କାର ବିତରଣ ଏବଂ ସନ୍ଧ୍ୟାରେ ସର୍ବଧର୍ମ ପ୍ରାର୍ଥନା ପରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଅପର୍ଣ୍ଣା ବେହେରା, ଖଗେନ୍ଦ୍ର ନାୟକ, ରୋହିତ ମହାରଣା ଓ ସୁଜିତ ଦିଗାଳ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ। ସାମଗ୍ରିକ ଭାବେ ଆଜ୍ଞାଙ୍କ ୧୧୧ତମ ଜୟନ୍ତୀ ସମାରୋହ ସେବା, ଶିକ୍ଷା, ମାନବିକତା ଓ ସମାଜ ପ୍ରତି ସମର୍ପଣର ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଛି। ଆଜ୍ଞାଙ୍କ ଜୀବନାଦର୍ଶ ଆଗାମୀ ପିଢ଼ିକୁ ନିଃସ୍ୱାର୍ଥ ସମାଜସେବା ପାଇଁ ପ୍ରେରିତ କରୁଥିବା ଏହି ଆୟୋଜନର ମୁଖ୍ୟ ସନ୍ଦେଶ ଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Blood Donation Camp: ବିଶିଷ୍ଟ ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ