ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ପାରାଦୀପ ଲକ୍ ଥାନା ଅଧୀନରେ ଥିବା ନିମିଢି ଗ୍ରାମରେ ଜିଛି ଦିନ ତଳେ ସିଦ୍ଧେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ନେଇ ଲକ୍ ଥାନାର ଅଭିଯୋଗ ହୋଇଥିବା ବେଳେ ମନ୍ଦିର ରେ ଥିବା ଗତ ତିନି ବର୍ଷର ହୁଣ୍ଡି ଚୋରିର ଆଜିତାର ପରଦା ଫାସ କରିଛି ଲକ୍ ଥାନା ପୋଲିସ୍ l ଏଥିରେ ତିନିଜଣ ଅଭିଯୁକ୍ତ ଧରା ପଡିଥିବା ବେଳେ ଆଳୁ ଖୋଜୁ ଖୋଜୁ ମହାଦେବ ବାହାରିଲା ଭଳି ହୁଣ୍ଡି ଚୋରି ଏକ ୧ ଲକ୍ଷ ୩୫ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଯଥା ମୋବାଇଲ ଫୋନ୍ ୧୨୦ ଟି, ଟାବେଲେଟ ବେଟ୍ରି, ମୋବାଇଲ ବେଟ୍ରୀ ୯୭୦, ଟେବୁଲ୍ ଫ୍ୟ!ନ୍ ୩ ଟା ସହ ୨୭ ପ୍ରକାର ବହୁ ସାମଗ୍ରୀ ଜବତ କରିଥିବା ଜଣା ଯାଇଛି l ଏଥିରେ ଅଭିଯୁକ୍ତ ଧନେଶ୍ଵର ସେଠୀ, ପିତା, ପହଲୀ ସେଠୀ ଗ୍ରାମ ଝିମାଣି ହୋଇଥିବା ବେଳେ ଆଉ ଦୁଇ ଅଭିଯୁକ୍ତ (୧) ନାସିରୁଲା ଖାନ (୪୧) ପିତା ହିଯାବ ଖାନ, ଗ୍ରାମ ଅମରିଶି, ଥାନା ପୋଟାସ ପୁରୁ ଜିଲ୍ଲା ମେଦିନା ପୁର୍, (୨) ଏସ କେ ଅବଦୁଲ (୩୯) ପିତା ଏସ କେ ଅଫସରଦିନି,ଗ୍ରାମ ରାମଚନ୍ଦ୍ର ପୂରୁ, ଥାନା କିସିମତ ଅଙ୍ଗୁଆ, ଜିଲ୍ଲା ମେଦିନା ପୁରୁ ହୋଇଥିବା ବେଳେ ଚୋରି ସାମଗ୍ରୀ ର ଅନୁମାଲିକ ମୂଲ୍ୟ ୧୦, ଲକ୍ଷ ଟଙ୍କା ହେବ ବୋଲି ପାରାଦିପ ଲକ୍ ଥାନା ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଏସ ପି ସୁଚନା ଦେଇ ଥିବା ଜଣା ଯାଇଛି l






