ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Speaker Surama Padhy visits night shelter:ବାଚସ୍ପତି ସୁରମା ପାଢ଼ୀଙ୍କ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ପରିଦର୍ଶନ

Speaker Surama Padhy visits night shelter:ବାଚସ୍ପତି ସୁରମା ପାଢ଼ୀଙ୍କ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ପରିଦର୍ଶନ – ସମୀକ୍ଷା ଖବର

​ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ଖୋର୍ଦ୍ଧା/ସମୀକ୍ଷା ନିୟୁଜ:
ଟାଙ୍ଗୀ ୨୦/୧୧/୨୬ ସମ୍ଭାବ୍ୟ ବାତ୍ୟା ଅକ୍ୱାନର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ସଫଳ ମୁକାବିଲା ପାଇଁ ରଣପୁର ଅଞ୍ଚଳରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ମାରାଥନ ସେବା ଓ ତତ୍ପରତା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ରଣପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।​ବିପଦ ସମୟରେ ଜନସାଧାରଣଙ୍କ ସୁରକ୍ଷା, ନିରାପଦ ଆଶ୍ରୟ ଏବଂ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଶ୍ରୀମତୀ ପାଢ଼ୀ ପ୍ରତ୍ୟକ୍ଷ ଭାବେ ବିଭିନ୍ନ କେନ୍ଦ୍ରକୁ ଯାଇ ବ୍ୟବସ୍ଥାର ତଦାରଖ କରିଥିଲେ। ଗ୍ରସ୍ତ ସମୟରେ ସେ ଚାନ୍ଦପୁର ମଣ୍ଡଳର ରlହିପଡ଼ା ବାତ୍ୟା ଆଶ୍ରୟସ୍ଥଳୀ,​କେରେଣ୍ଡାଟାଙ୍ଗି ପଞ୍ଚାୟତର ମୁକ୍ତାପୁର ବାତ୍ୟା ଆଶ୍ରୟସ୍ଥଳୀ,​ଚମ୍ପାଗଡ଼ ବାତ୍ୟା ଆଶ୍ରୟସ୍ଥଳୀ ​ଆଦି ପରିଦର୍ଶନ କରିଥିଲେ।ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ରହିବା ବ୍ୟବସ୍ଥା,ସୁରକ୍ଷା, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।​ପରିଦର୍ଶନ ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।ପ୍ରଶାସନ ଓ ଜନପ୍ରତିନିଧିଙ୍କ ସମନ୍ୱିତ ପ୍ରୟାସରେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।​ବାଚସ୍ପତିଙ୍କ ଏହି ସମୀକ୍ଷା ଗ୍ରସ୍ତ ବେଳେ ରଣପୁର ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର, ଅତିରିକ୍ତ ବିଡ଼ିଓ ଅଭିନାଶ ପତିଙ୍କ ସମେତ ପରେଶ ମିଶ୍ର,ଜୟନ୍ତ କୁମାର ନାୟକ, ନିର୍ମଳ କୁମାର ମତଗଜସିଂ, ଅଭିଷେକ ସାମନ୍ତରାୟ ଓ ଗଣେଶ୍ୱର ମାନ୍ଧାତା,ସୁବର୍ଣ୍ଣ ସିଂ, ରାଜେଶ ମହାପାତ୍ର,ରାମ ଦାସ ପ୍ରଦୀପ ସେନାପତି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ l

Speaker Surama Padhy visits night shelter:ବାଚସ୍ପତି ସୁରମା ପାଢ଼ୀଙ୍କ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ପରିଦର୍ଶନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Vedanta plants 2,000 saplings in Jharsuguda: ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ବିଶ୍ୱ ପରିବେଶ ଦିବସ ଅବସରରେ ଝାରସୁଗୁଡ଼ାରେ ୨,୦୦୦ ଚାରା ରୋପଣ