ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Kandetara Goat market inaugurated: କାଣ୍ଡେତରାଠାରେ ଛେଳି ବଜାର ଉଦଘାଟନ

Kandetara Goat market inaugurated: କାଣ୍ଡେତରାଠାରେ ଛେଳି ବଜାର ଉଦଘାଟନ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ:

ନୂଆପଡ଼ା ତାରିଖ-21-11-2026 ନୂଆପଡା ଜିଲ୍ଲା କୋମନାବ୍ଲକ କାଣ୍ଡେତରା ଗ୍ରାମପଞ୍ଚାୟତ ସ୍ଥାନୀୟ ବଜାର ପଡିଆଠାରେ ଆଜି ଛେଳି ବଜାର ର ଶୁଭ ଉଦଘାଟନ ହୋଇଛି।ଉକ୍ତ କାର୍ଯ୍ୟକ୍ରମ କାଣ୍ଡେତରା ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଉକ୍ତ ଶୁଭ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଜୟ ଢୋଲକିଆ ବିଧାୟକ ନୂଆପଡା, ସମ୍ମାନିତ ଅତିଥି ଭାବେ ଅବନୀ ରଞ୍ଜନ ଯୋଶୀ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ଜିଲ୍ଲା ସଭାପତି, କଲ୍ୟାଣୀ ଦାଶ ସରପଞ୍ଚ କାଣ୍ଡେତରା, କାଳିଆ ପ୍ରଧାନ ସରପଞ୍ଚ ସିଆଲଟି, ସନ୍ତୋଷୀ ସୁନା ସରପଞ୍ଚ ଠିକପାଲି, ରାମବତୀ ଶବର ସମିତି ସଭ୍ୟା, କେଶବ ନିଆଲ ସମିତି ସଭ୍ୟ ଗଣ୍ଡାମେର, ତାତୁରାମ ମଲ୍ଲିକ ଏବଂ ବୃନ୍ଦାବନ ଶବର ପୂର୍ବତନ ସରପଞ୍ଚ କାଣ୍ଡେତରା ଆଦି ପ୍ରମୁଖ ଯୋଗଦାନ କରିଥିଲେ। ତତ ସହିତ କାଣ୍ଡେତରା ବଜାର କମିଟି ର ଉପଦେଷ୍ଟା ମଣ୍ଡଳୀ, ବଜାର ପରିଚାଳନା କମିଟି ର କାର୍ଯ୍ୟକର୍ତ୍ତା, ମନଧର ବଗର୍ତ୍ତୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ୍ଡାମେର , ଗିରିଧାରୀ ତାଣ୍ଡି କାର୍ଯ୍ୟ ନିର୍ବାହୀ ଅଧିକାରୀ କାଣ୍ଡେତରା, ଜ୍ୟୋତ୍ସ୍ନାରାଣୀ ସାହୁ ଏଡିଇଓ କାଣ୍ଡେତରା ଅନ୍ୟାନ୍ୟ କର୍ମଚାରୀବୃନ୍ଦ, ସିଆରପି, ଏମ ବିକେ, ଇସି ମେମ୍ବର, ବୁଦ୍ଧିଜୀବି ଏବଂ ଜନସାଧାରଣ ଉପସ୍ଥିତ ଥିଲେ।ଦୁର୍ଗା ମଣ୍ଡପ ବଜାର ପଡ଼ିଆ ଠାରେ ପ୍ରତି ଶନିବାର ଏହି ଛେଳି ବଜାର ବସିବ।ଏହି ବଜାର ଆରମ୍ଭ ହେବା ଦ୍ବାରା ଅଞ୍ଚଳ ର ଛେଳି ଚାଷୀ, ବ୍ୟବସାୟୀ ଓ କ୍ରେତା ମାନେ ବହୁତ ଉପକୃତ ହେବେ। ଏଣିକି ଛେଳି କିଣାବିକା ପାଇଁ ଦୂର କୁ ଯିବାକୁ ପଡ଼ିବ ନାହିଁ। ସ୍ଥାନୀୟ ଅଞ୍ଚଳ ରେ ହିଁ ଉତ୍ତମ ଦାମ ରେ ଛେଳି କିଣାବିକା ହୋଇପାରିବ।ଏହା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ବ୍ୟବସାୟୀ ଓ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ସ୍ୱାବଲମ୍ବୀ ହୋଇ ପାରିବେ। ଏକତା ଓ ଭାଇଚାରା ର ଏକ ସେତୁ ଗଠନ ହୋଇପାରିବ।କୋମନା ବ୍ଲକ କାଣ୍ଡେତରା ଗ୍ରାମପଞ୍ଚାୟତରେ ନୂତନ ଛେଳି ବଜାର ଉଦଘାଟନ ହେବା ଦ୍ଵାରା ଅଞ୍ଚଳର ଚାଷୀ, ଛେଳି ପାଳକ ଓ ବ୍ୟବସାୟୀମାନେ ବହୁ ଲାଭ ପାଇବେ।

Kandetara Goat market inaugurated: କାଣ୍ଡେତରାଠାରେ ଛେଳି ବଜାର ଉଦଘାଟନ – ସମୀକ୍ଷା

ଏଣିକି ଛେଳି ପାଳକମାନେ ଦଲାଲଙ୍କ ହାତରେ କମ୍ ଦାମରେ ଛେଳି ବିକିବାକୁ ପଡିବ ନାହିଁ। ଖୋଲା ବଜାରରେ ସିଧାସଳଖ କ୍ରେତାଙ୍କୁ ବିକି ଉଚିତ୍ ଦାମ୍ ପାଇପାରିବେ। ବଜାରକୁ କେନ୍ଦ୍ର କରି ଛୋଟ ଦୋକାନ, ଚା-ଜଳଖିଆ, ପରିବହନ ଓ ଶ୍ରମିକମାନଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ହେବ।ଆଗରୁ ଛେଳି ବିକିବା ପାଇଁ ଦୂର ବଜାରକୁ ଯିବାକୁ ପଡୁଥିଲା। ଏବେ ନିଜ ଗାଁ ପାଖରେ ହିଁ ବଜାର ହେବାରୁ ଯାତାୟାତ ଖର୍ଚ୍ଚ କମିବ। ବଜାରରେ ଏକାଠି ହେବା ଦ୍ଵାରା ପଶୁ ଡାକ୍ତର, ଟିକାକରଣ ଓ ଛେଳି ପାଳନ ସମ୍ବନ୍ଧୀୟ ସରକାରୀ ଯୋଜନା ବିଷୟରେ ସହଜରେ ସୂଚନା ମିଳିପାରିବ।ସାପ୍ତାହିକ ବଜାର ଲାଗିବା ଦ୍ଵାରା କାଣ୍ଡେତରା ଓ ଆଖପାଖ ଗାଁର ଆର୍ଥିକ କାରବାର ବଢିବ, ଗାଁର ନାମ ମଧ୍ୟ ପ୍ରସିଦ୍ଧ ହେବ। ସ୍ଵୟଂ ସହାୟକ ଗୋଷ୍ଠୀ ଓ ଯୁବ ଉଦ୍ୟୋଗୀମାନେ ଛେଳି ପାଳନକୁ ଏକ ଲାଭଜନକ ବ୍ୟବସାୟ ଭାବେ ଆପଣାଇ ଆତ୍ମନିର୍ଭରଶୀଳ ହୋଇପାରିବେ।

Kandetara Goat market inaugurated: କାଣ୍ଡେତରାଠାରେ ଛେଳି ବଜାର ଉଦଘାଟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Nuapada Bear Attack: ନୂଆପଡା ଭାଲୁ ଆକ୍ରମଣରେ ଗୁରୁତର ଆହତ ଦୁଇ ଯୁବକଙ୍କୁ ମିଳିଲା ତୁରନ୍ତ ଚିକିତ୍ସା