ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ବଡ଼ଚଣା,୨୧/୧୧ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ୧୭ତମ ରାଜ୍ୟ ସ୍ତରୀୟ ବୁଦ୍ଧ ମହୋତ୍ସବ ବିଶିଷ୍ଟ ଐତିହାସିକ ତଥା ବୌଦ୍ଧ ଗବେଶକ ଡ଼ଃ.ହରିଶ ଚନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ସାଂସଦ ଡ଼ଃ.ବରୀନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉସôବକୁ ଉଦ୍ଘାଟନ କରିଥିଲେ । ସାରା ବିଶ୍ୱରେ ଉଦୟଗିରି ବିରଳ ଓ ବିଶ୍ୱ ବିକ୍ଷାତ ବୌଦ୍ଧସ୍ଥଳ ରୂପେ ପ୍ରସିଦ୍ଧ ଲାଭ କରିବା ସହ ପ୍ରଥମ ସୂର୍ଯ୍ୟ କିରଣ ଏହି ପାହାଡ଼ ଶୀର୍ଷରେ ପଡ଼ୁଥିବାରୁ ଏହାର ନାମ ଉଦୟଗିରି ଭାବେ ନାମିତ ହୋଇଛି । ବହୁ ପୁରାତନ ପୁଷ୍ପଗିରି ବିଶ୍ୱ ବିଦ୍ୟାଳୟ ଏହି ଅଂଚଳରେ ଗଢିଉଠିଥିଲା । ଏହି ଗୌରବମୟ ଇତିହାସକୁ ସମ୍ବୃଦ୍ଧ କରିବା ପାଇଁ ଓ ବିଶ୍ୱ ତାଲିକାରେ ଯୋଡ଼ିବା ପାଇଁ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟ ସ୍ତରୀୟ ଉଦୟଗିରି ବୁଦ୍ଧ ମହୋତ୍ସବ ପାଳନ ହେଉଛି ବୋଲି ଡ଼ଃ. ପୃଷ୍ଟି କହିଥିଲେ । ଉଦ୍ଘାଟକ ତଥା ମୁଖ୍ୟବକ୍ତା ଡ଼ଃ. ବେହେରା କହିଥିଲେ ଯେ, ଆମେ ଏହି ପବିତ୍ର ମାଟିର ସନ୍ତାନ, ଉଦୟଗିରିର ସାମ୍ମୁହିକ ବିକାଶ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ଜାରିରଖିବା ସହ ହିରକତ୍ରିର୍ଭୂଜ ଅନ୍ତର୍ଗତ ଉଦୟଗିରିକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବା ପାଇଁ ଚେଷ୍ଟା ଜାରିରହିଛି । ନାଳନ୍ଦା ତକ୍ଷଶିଳା ପରି ବିଶ୍ୱ ଦରବାରରେ ଉଦୟଗିରିର ପରିଚୟ ପାଇଁ ପୁନଃ ପ୍ରୟାସ କରିଯିବ |






