ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨୨ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୦ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୫୬ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୨ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Paradipgarh Gram Panchayat Pension Fair: ପାରାଦ୍ୱୀପଗଡ଼ ଗ୍ରାମପଞ୍ଚାୟତରେ ଭତ୍ତା ମେଳା

Paradipgarh Gram Panchayat Pension Fair: ପାରାଦ୍ୱୀପଗଡ଼ ଗ୍ରାମପଞ୍ଚାୟତରେ ଭତ୍ତା ମେଳା – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ତା: ୨୩/୧୧/୨୬

ପାରାଦ୍ୱୀପଗଡ଼ ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ହୋଇଯାଇଛି ଏକ ଭତ୍ତା ମେଳା। ବିଭିନ୍ନ କାରଣରୁ ଦୀର୍ଘଦିନ ଧରି ନିଜର ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଅନେକ ହିତାଧିକାରୀଙ୍କ ପାଇଁ ଏହି ମେଳା ଆଶ୍ୱସ୍ତି ଆଣିଦେଇଛି। ନିଜର ନ୍ୟାଯ୍ୟ ଅଧିକାର ପାଇବା ପାଇଁ ହିତାଧିକାରୀମାନେ ବିଭିନ୍ନ ସ୍ଥାନକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ନିଜ ଗ୍ରାମର ସରପଞ୍ଚ ସସ୍ମିତା ବେହେରାଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ସରପଞ୍ଚ ଏବଂ ତାଙ୍କ ପ୍ରତିନିଧି ସଞ୍ଜୟ କୁମାର ବେହେରାଙ୍କ ନେତୃତ୍ୱରେ ଶିବ ପ୍ରସାଦ ଚୌଧୁରୀ, ଜୟନ୍ତ ସେନାପତି, ଚନ୍ଦ୍ରକାନ୍ତ ସ୍ୱାଇଁ, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ସଂଗ୍ରାମ ବେହେରା, ଅନନ୍ତ ବିଶ୍ୱାଳ, ଅଲେଖ ମହାରଥା ଓ ପ୍ରଭାତ ସାହୁ ପ୍ରମୁଖ ଦିନରାତି ଏକ କରି ହିତାଧିକାରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିଥିଲେ। ଏହାର ଫଳସ୍ୱରୂପ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭତ୍ତା ମେଳା ଆୟୋଜନ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏଥିସହ ଯେଉଁ ହିତାଧିକାରୀମାନଙ୍କର ଭତ୍ତା ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଭତ୍ତା ଯୋଗାଇ ଦିଆଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଭତ୍ତା ପାଇ ହିତାଧିକାରୀମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

Paradipgarh Gram Panchayat Pension Fair: ପାରାଦ୍ୱୀପଗଡ଼ ଗ୍ରାମପଞ୍ଚାୟତରେ ଭତ୍ତା ମେଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Chief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ