ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 23/10/1026: ଜଗତସିଂହପୁର ଜିଲାପାଳ ପଡିଆରେ ଜଗତଜନନୀ ମା ଦୁର୍ଗାଙ୍କ ବିସର୍ଜନ ହେବାକୁ ଆସିଥିବା ସମସ୍ତ ମେଢ଼ ଏକତ୍ରିତ ହୋଇ ଛନ୍ତି | ଭକ୍ତମାନେ ବିହୋଳ ହୋଇ ପଡିଛନ୍ତି | ମାଙ୍କ ବିଦାୟ ପାଇଁ ଆଲୋକ, ବାଜା, ତୋରଣ ଏବଂ ନାଚ ଗୀତ ସହ ଆନନ୍ଦିତ ହୋଇ ଅବିର ବୋଳାବୋଳି ହୋଇ ଝୁମି ଝୁମି ତାଳ ପକାଇ ଚାଲିଛନ୍ତି ଭକ୍ତ ଗଣ | ଜଗତସିଂହପୁର ସହରର କୋଡିଏ ରୁ ଉର୍ଧ୍ୱ ମେଢ଼ ଏଖାଟି ହେବାର ଦେଖା ଯାଇଛି |ଗତ କାଲି ଗୁରୁ ବାର ହୋଇଥିବାରୁ ପ୍ରଶାସନ ବିସର୍ଜନ ପାଇଁ ଅନୁମତି ଦେଇନଥିଲେ |ଜିଲା ଦୁର୍ଗା ପୂଜା ପରିଷଦ ମଧ୍ୟ ଚାହିଁ ନ ଥିଲେ ଗୁରୁବାର ଦିନ ବିସର୍ଜନ କରିବା ପାଇଁ | ତେଣୁ ଆଜି ଶୁକ୍ରବାର ବିସର୍ଜନ ହେଉଛନ୍ତି ମା ସମସ୍ତକ ସୁବିଧା ଅନୁଯାଇ | ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖ ପଡିଆରେ ହଜାର ହଜାର ଭକ୍ତ ରୁଣ୍ଡ ହୋଇଛନ୍ତି ମା ଙ୍କୁ ମେଲାଣି ଦେଇ ପରମ୍ପରା ଭିତିକ ଚାଲୁ ହଂସୁଆ ନଦୀରେ ଝାସ ଦେବାପାଇଁ |ଆବାଳବୃଦ୍ଧ ବନିତା ଶେଷ ଦର୍ଶନ ପାଇଁ ଭିଡରେ ପଡିଆର ଶୋଭା ବୃଦ୍ଧି କରିଛନ୍ତି |ପିଲାମାନେ କୋଳାହଳ ସୃଷ୍ଟି କରି ସଜୀବିତ କରିଛନ୍ତି ମହଲକୁ | ଘଣ୍ଟ, ମୁର୍ଦଙ୍ଗ, ଖୋଳ, ସଂକୀରର୍ତ୍ତନ, ଡ୍ରମ ବାଜା, ଆଲୋକ ଗାଡି, ନାଚ ଦଳ, ଜେନେରେଟର, ମେଲୋଡି, ବାଣ, ଅବିର ଇତ୍ୟାଦି ସମସ୍ତଙ୍କୁ ମୋହିତ କରିଦେଇଛି |ମା’ ଙ୍କ ବିଦାୟ ମାନସ ପଟଳରେ ନାଚିଉଠିଛି ସବୁ ଭକ୍ତଙ୍କର |ବିଦାୟ ଦେଇ ଭକ୍ତ ମାନେ ମାଙ୍କୁ ପୁଣି ଦେଖିବେ ଉଚ୍ଚିତ ସମୟରେ ଏକ ବର୍ଷ ପରେ ||ଜୟ ମା ଭବାନୀ କହି ସମସ୍ତେ ହାତ ଉଠେଇ ଆଶୀର୍ବାଦ ଭିଖା ମାଗିବାରେ ଦେଖିବାକୁ ମିଳିଛି |






