ସମୀକ୍ଷା ବ୍ୟୁରୋ ନ୍ୟୁଜ / କେନ୍ଦ୍ରାପଡା :
ରାଜନଗର, ୨୭/୧୦ : ବାତ୍ୟା ଅର୍ଣବ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି | ବାତ୍ୟା ଭୟଙ୍କର ହୋଇ ସ୍ଥଳ ଭାଗକୁ ମାଡି ଆସୁଛି | ଆଜି ରାତି ଠାରୁ ଲ୍ୟାଣ୍ଡ ଫଲ ପକ୍ରିୟା ଆରମ୍ବ ହୋଇ ଆସନ୍ତାକାଲି ଅପରାହ୍ନ ଯାଏଁ ତାଣ୍ଡବ ରଚିବ | କେନ୍ଦ୍ରାପଡା ଜିଲ୍ଲା ପାଇଁ ବାତ୍ୟା ସେଭଳି ପ୍ରଭାବ ପକାଇବନି ବୋଲି କୁହାଯାଉଛି | କାଳେ ବାତ୍ୟା ଗତିପଥ ବଦଳାଇବ ଓ ପ୍ରଭାବ ପଡିବ ସେଥିପାଇଁ ପ୍ରଶାସନ ତାର ପ୍ରସ୍ତୁତି ଆରମ୍ବ କରିଦେଇଛି | ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ବିଭିହନ ବାତ୍ୟା ଆଶ୍ରୟସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ | ଅସଜଡା ଥିବା ପେଣ୍ଠ ବାତ୍ୟା ଆଶ୍ରୟସ୍ଥଳ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜସ୍ୱ ମନ୍ତ୍ରୀ ଏନେଇ ତାଗିଦା କରିଥିଲେ | ଗତକାଲି ରାତିରେ ଓ ଆଜି ସକାଳେ ଯୁଧ୍ୟକାଳୀନ ଭିତିରେ ବାତ୍ୟା ଆଶ୍ରୟସ୍ଥଳକୁ ବ୍ୟବସ୍ଥିତ କରାଯାଇଛି | ଆଜି ବିଡିଓ ଅଶୋକ କୁମାର ମହାନ୍ତି ଓ ତହସିଲଦାର ଯୀଶୁକ୍ରୀଷ୍ଣ ଦାସ ବଗପାଟିଆ , ପେଣ୍ଠ ଓ ଅନ୍ୟ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି | ରାଜନଗର ପାଇଁ ସେପରି କିଛି ଭୟର କାରଣ ନାହି | ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି | ଯଦି ବାତ୍ୟା ଗତିପଥ ବଦଳାଏ ତେବେ ବିପନ୍ନ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀଦାସ କହିଛନ୍ତି






