ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ବିକଶିତ ଭାରତ ବିକଶିତ ସରକାରଙ୍କ ବିକାଶର ନାରା ଦେଉଛନ୍ତି, ଚାରିଆଡ଼େ ଗୁଞ୍ଜୋରିତ, ସଭା ସମିତିରେ ଚିତ୍ର, ଯୋଜନାର ଘୋଷଣା ଏବଂ ସମୃଦ୍ଧି ଓଡ଼ିଶାର ସ୍ୱପ୍ନ, କିନ୍ତୁ ଏହି ବିକାଶର ଆଲୋକ କଣ ପ୍ରତ୍ୟକ ଗରିବଙ୍କରେ ପହଞ୍ଚି ଅଛି ? କନ୍ଧମାଳ ଜିଲାର କ. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଡ଼ିମାହା ପଞ୍ଚାୟତର ପାଟମାହା ଗ୍ରାମର ଆସିଛି ଏକ ଅଭାବନ୍ୟ ଦୃଶ୍ୟ, ଏକ ପ୍ରଶ୍ନ କରିଛି ଏଲିଅ ପରିବାରଙ୍କୁ ଉପରେ, ନା ଅଛି ରାସନ କାର୍ଡ଼, ନା ଅଛି ପୋଙ୍କାଘର, ନା ଅଛି ଜମିପଟା ସେ ଅସୁରକ୍ଷିତ ଭାବରେ ଦିନ କାଟୁଛନ୍ତି ଏଲିଅ ଦିଗାଲ ଓ ଚାରି ସନ୍ତାନ। ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚ ବିଡ଼ିଓ, ତହସିଲଦାର ଓ ଜିଲାପାଳଙ୍କ ନିକଟରେ ଏ ସମସ୍ୟାର ସମାଧାନ ଅଛି କି? ଏହାର ପଦକ୍ଷେପ କେବେ ହେବ? ଏହି ଗରିବପରିବାରକୁ ଚିହ୍ନଟ କେବେ ହେବ? ଏହା ନିରପେକ୍ଷ ଯାଞ୍ଚ କେବେ ହେବ? ଏଲିଅଙ୍କୁ କେବେ ସାହାଯ୍ୟ ସୁବିଧା ମିଳିବ? ବର୍ତ୍ତମାନ ଏକ ଜନସ୍ୱାର୍ଥ ପ୍ରଶ୍ନ ମୁଣ୍ଡ ଉପରେ ପ୍ରଶ୍ନ ଉଠିଛି.






