ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୪ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୪ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୪ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୪ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୫ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୫ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ପ୍ରଶାସନ ଶୁଣିଲାନି ଗୁହାରି,ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନ ଶୁଣିଲାନି ଗୁହାରି,ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କଲେ ଗ୍ରାମବାସୀ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନ୍ୟୁଜ :

ପ୍ରଶାସନ ଶୁଣିଲାନି ଗୁହାରି,ଘର ଘର ବୁଲି ଚାନ୍ଦା ସଂଗ୍ରହ କଲେ,ନିଜେ ଶ୍ରମଦାନ କଲେ ଆଉ ନିଜ ଖର୍ଚ୍ଚରେ ନିର୍ମାଣ କଲେ ବାଉଁଶ ପୋଲ। କୋଟପାଡ଼ ବ୍ଲକ୍‌ ଷଡ଼ରଙ୍ଗା ଗ୍ରାମ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିକଟରେ ବାଉଁଶ ପୋଲ ନିର୍ମାଣ କଲେ ନବରଙ୍ଗପୁର ଜିଲ୍ଲାର ଦାଡିଆଗୁଡା ଗ୍ରାମବାସୀ,କୋରାପୁଟ ଜିଲ୍ଲା କୋଟପାଡ଼ରୁ ଦେଖିବା ଏହି ରିପୋର୍ଟ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ର ଷଡ଼ରଙ୍ଗା ଗ୍ରାମ ନିକଟରେ ଇନ୍ଦ୍ରାବତୀ ନଦୀ ଉପରେ ନିର୍ମାଣଧୀନ ବ୍ରିଜ୍ କାମ ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିରହିଛି। ଯାହାର ପ୍ରଭାବ ସିଧାସଳଖ ପଡ଼ୁଛି ଉଭୟ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅନେକ ଗ୍ରାମବାସୀଙ୍କ ଉପରେ। ବ୍ରିଜ୍ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଗୁହାରି କରି କରି ନିରାଶ ହେବା ପରେ ନିଜେ ଆଗକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା ଦାଡ଼ିଆଗୁଡ଼ା ଗ୍ରାମବାସୀ। ଘର ଘର ବୁଲି ଚାନ୍ଦା ସଂଗ୍ରହ କରିବା ସହ ନିଜସ୍ୱ ଅର୍ଥ ଓ ଶ୍ରମଦାନରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ।ପ୍ରାୟ ପାଞ୍ଚ ଦିନ ଧରି ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଏହି ପୋଲ ନିର୍ମାଣ କରିଛନ୍ତି l ପ୍ରାୟ ପାଞ୍ଚ ବର୍ଷ ପୂର୍ବେ NBCC ବିଭାଗ ପକ୍ଷରୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା। କିନ୍ତୁ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ଅଧାରେ ଛାଡ଼ି ଦେଇଥିବାରୁ ଏବେ ବି ଲୋକଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ଏହି ପୋଲ ଦେଇ ସ୍କୁଲ ଛାତ୍ରଛାତ୍ରୀ,ମହିଳାଙ୍କ ସମେତ ଅନେକ ଲୋକ ଦୈନନ୍ଦିନ ଯାତାୟାତ କରୁଛନ୍ତି। ବ୍ରିଜ୍‌ର ଅପର ପାର୍ଶ୍ୱରେ ରହିଛି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍। ଏହି ଅଞ୍ଚଳର ଅନେକ ଲୋକ ଚିକିତ୍ସା,ବାଣିଜ୍ୟ ଓ ବ୍ୟବସାୟ ପାଇଁ ପ୍ରତିଦିନ କୋଟପାଡ଼ ସହର ଉପରେ ନିର୍ଭର କରନ୍ତି।ଏହି ବ୍ରିଜ୍ ନିର୍ମାଣ ସମ୍ପୂର୍ଣ୍ଣ ହେଲେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକଙ୍କ ଯାତାୟାତ ସୁଗମ ହେବ। ଏହାସହ ଛତିଶଗଡ଼ ରାଜ୍ୟକୁ ଯାତାୟାତ ମଧ୍ୟ ସହଜ ହୋଇପାରିବ। ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ,ବ୍ରିଜ୍ ନିର୍ମାଣ କାର୍ଯ୍ୟ NBCC ବିଭାଗଠାରୁ RD ବିଭାଗକୁ ହସ୍ତାନ୍ତର କରାଯାଇଛି। ଏନେଇ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଶାସନ ଶୁଣିଲାନି ଗୁହାରି,ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କଲେ ଗ୍ରାମବାସୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ପରିବା ଦରକୁ ନେଇ ଚାଷୀ ଓ ଖାଉଟିଙ୍କ ତୀବ୍ର ପ୍ରତିବାଦ