ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୨ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୨ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୨ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୨ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୨ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୨ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ସହାୟତା

ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ସହାୟତା – ସମୀକ୍ଷା ଖବର

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି/ନବରଙ୍ଗପୁର /ସମୀକ୍ଷା ନ୍ୟୁଜ :

ଉମରକୋଟ ବ୍ଲକରେ ତାରିଖ ୨୬.୧୦.୨୦୨୬ ରିଖରେ ଆୟୋଜିତ ‘ବିକଶିତ ଓଡ଼ିଶା ୨.୦’ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ବେନୋର ଅଞ୍ଚଳରୁ ଆସୁଥିବା ଅଙ୍ଗନବାଡ଼ି କର୍ମୀମାନେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ମୋଟ ୭ ଜଣ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଥିବାବେଳେ, ଶ୍ରୀମତୀ ଶ୍ୟାମଳୀ ଗାଇନ ଧଳଙ୍କ ଗୋଡ଼ ଓ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଏବଂ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଉମରକୋଟ କାର୍ଯ୍ୟାଳୟ ପକ୍ଷରୁ ଚିକିତ୍ସା ସହାୟତା ବାବଦରେ ତାଙ୍କୁ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାବ୍ୟତୀତ, ତାରିଖ ୨୮.୧୦.୨୦୨୬ ରିଖରେ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏବଂ ଉପଖଣ୍ଡ ଅଧିକାରୀ ହସ୍ପିଟାଲକୁ ଯାଇ ଆହତ ଶ୍ୟାମଳୀ ଗାଇନ ଧଳ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ନେଇ ଆଶ୍ୱାସନା ଦେଇଥିଲେ। ଚିକିତ୍ସା ସମୟରେ ତାଙ୍କ ପାଇଁ ବି-ନେଗେଟିଭ୍ (B-) ରକ୍ତର ଆବଶ୍ୟକତା ଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ଫଳସ୍ୱରୂପ, ଆବଶ୍ୟକତା ଅନୁଯାୟୀ ୩ ୟୁନିଟ୍ ବି-ନେଗେଟିଭ୍ ରକ୍ତ ଯୋଗାଇ ଦିଆଯାଇଥିଲା। ଏଥିସହ ନବରଙ୍ଗପୁର ଉପଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ରେଡକ୍ରସ୍ ପାଣ୍ଠିରୁ ଚିକିତ୍ସା ଖର୍ଚ୍ଚ ବାବଦରେ ୨୦,୦୦୦ ଟଙ୍କା ତାଙ୍କ ପୁଅଙ୍କୁ ପ୍ରଦାନ କରିଥିଲେ l. ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଉତ୍ତମ ଚିକିତ୍ସା ଓ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତାଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇଦେବା ନିମନ୍ତେ ପଦକ୍ଷେପ ଜାରି ରହିଛି।

ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ସହାୟତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ମାରାଥନ୍ ରାଲି