ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Forest Department: ବନବିଭାଗ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର

Forest Department: ବନବିଭାଗ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୪/୧୧/୨୬ – ଫରେଷ୍ଟର ଶ୍ରୀବନ୍ତୀ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାର୍ଯ୍ୟରତ ବନ କର୍ମଚାରୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ସରଗୋଡା ଫରେଷ୍ଟ ସେକ୍ସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ରେଞ୍ଜ ଅଫିସର ନବ କିଶୋର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ତାଲିମ ଶିବିରରେ ରାଇରଙ୍ଗପୁର ଡ଼ିଏଫଓ ସୁବ୍ରତ ପାତ୍ର ମୁଖ୍ୟଅତିଥି, ସ୍ୱତନ୍ତ୍ର ଅତିଥିଭାବେ ଅବସରପ୍ରାପ୍ତ ଡ଼ିଏଫଓ ବୈଦନାଥ ମାଝୀ ଏବଂ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ରେଞ୍ଜ ଅଫିସର ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ |ମୁଖ୍ୟଅତିଥି ଡ଼ିଏଫଓ ଶ୍ରୀଯୁକ୍ତ ପାତ୍ର ଉପସ୍ଥିତ ରାଇରଙ୍ଗପୁର ବନଖଣ୍ଡର ସମସ୍ତ ବନ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ବନସୁରକ୍ଷା କ୍ଷେତ୍ରରେ ସଚ୍ଚୋଟତା ପ୍ରତିପାଦନ କରିବା, ଅଧିକ ଜଙ୍ଗଲ ସୃଷ୍ଟି କରିବାରେ ବନ ସୁରକ୍ଷା କର୍ମୀମାନଙ୍କୁ ଉତ୍ସାହିତ କରିବା ତଥା ସରକାରଙ୍କ ବନୀକରଣ ଇତ୍ୟାଦି ଯୋଜନାର ସଫଳ ରୂପାୟନ, ହାତୀ ଯୋଗୁଁ ଧାନଫସଲ ଇତ୍ୟାଦି ନଷ୍ଟ ହେଉଥିବାରୁ ଏହାର କ୍ଷତିପୂରଣ ଭରଣା ସମ୍ବନ୍ଧରେ ତୁରନ୍ତ ପଦକ୍ଷେପ ନେବା, ଜଙ୍ଗଲ ଧ୍ବଂସ ଏବଂ ବନ୍ୟଜନ୍ତୁଙ୍କୁ ଶିକାର କରି ଏହାର ମୂଲ୍ୟବାନ ଅଂଗ ଇତ୍ୟାଦି ବିକ୍ରି କରିବା ନିମନ୍ତେ ଉଦ୍ୟମ କରୁଥିବା ତସ୍କରଙ୍କ ଗୁପ୍ତ ତଥ୍ୟ ସଂଗ୍ରହ ସହିତ କାର୍ଯାନୁଷ୍ଠାନ ନେବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଅତିଥି ଅବସରପ୍ରାପ୍ତ ଡ଼ିଏଫଓ ଶ୍ରୀଯୁକ୍ତ ମାଝୀ ଓ ଅବସରପ୍ରାପ୍ତ ରେଞ୍ଜ ଅଫିସର ଶ୍ରୀଯୁକ୍ତ ପଟ୍ଟନାୟକ ବନ ସୁରକ୍ଷା କ୍ଷେତ୍ରରେ ସେମାନଙ୍କର ବିଗତ ଦିନର ଅନୁଭୂତି ଓ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେଇଥିଲେ । ତାଲିମ ଶିବିରର ଅନ୍ତିମ ପର୍ଯାୟରେ ଫରେଷ୍ଟର ଶ୍ରୀମତୀ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ସରଗୋଡା ପରି ବନପାହାଡ଼ ଘେରା ଅଭ୍ୟନ୍ତରୀଣ ଅଞ୍ଚଳ ଏପରି ତାଲିମ ଶିବିର ଅନୁଷ୍ଠିତ ହୋଇଥିବାରୁ ପରିବେଶବିଦ ମାନେ ବନ ସୁରକ୍ଷା ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି ହେବାର ଆଶା ପ୍ରକାଶ କରିଛନ୍ତି ।

Forest Department: ବନବିଭାଗ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Nation Building Award: ରାଇରଙ୍ଗପୁର ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାଣ ପୁରସ୍କାର କାର୍ଯ୍ୟକ୍ରମ