ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Restrictions Dwarasuni Ghat Road: ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା: ନଭେମ୍ବର ୪ରୁ ୨୮ଯାଏଁ ୫ ଘଣ୍ଟା ବନ୍ଦ ରହିବ

Restrictions Dwarasuni Ghat Road: ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା: ନଭେମ୍ବର ୪ରୁ ୨୮ଯାଏଁ ୫ ଘଣ୍ଟା ବନ୍ଦ ରହିବ – ସମୀକ୍ଷା ଖବର

ଖଗେନ୍ଦ୍ର କୁମାର ନାୟକ /ଜିଲ୍ଲା ପ୍ରତିନିଧି /ମୟୁରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, (୦୩/୧୧): ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ ନଭେମ୍ବର ୪ରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ପାଇଁ ସତର୍କତା ପଦକ୍ଷେପ ସ୍ଵରୁପ ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି । ପ୍ରତ୍ୟେକ ସପ୍ତାହରେ ବୁଧବାରରୁ ଶନିବାର ପର୍ଯ୍ୟନ୍ତ ଦିନ ୧୧ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ଏହି ରାସ୍ତା ମଧ୍ୟ ଦେଇ ଯିବାଆସିବା ବନ୍ଦ ରହିବ । ଏହି ଦିନ ମାନଙ୍କରେ ଦ୍ଵାରଶୁଣୀ ଘାଟିକୁ ଯୋଡୁଥିବା ଉଭୟ ବାଙ୍ଗିରିପୋଷି ଓ ବିଶୋଇ ପାର୍ଶ୍ଵରେ ଥିବା ପ୍ରବେଶ ପଥ ବନ୍ଦ ରହିବ । ଯେକୌଣସି ଯାନବାହାନ(ଦୁଇ ଚକିଆରୁ ଉର୍ଦ୍ଧ୍ୱ ସମସ୍ତ ଯାନ) ଓ ପଥଚାରୀ ମାନେ ଏହି ସମୟରେ ଯାତାୟାତ କରି ପାରିବେ ନାହିଁ । ଏହାସହ ଘାଟୀ ଆଖପାଖରେ ଗାଇଛେଳି ଚାରଣ କରାଇବା ମଧ୍ୟ ବାରଣ କରାଯାଇଛି । ସେହିପରି ଆମ୍ବୁଲାନ୍ସ ଓ ଦମକଳବାହିନୀ ଯାନ ତଥା ବିଭିନ୍ନ ଜରୁରୀକାଳୀନ ଯାନ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରୁ ଅନୁମତି ମିଳିବା ପରେ ହିଁ ଯାତାୟତ କରିପାରିବେ । କିନ୍ତୁ ସାଧାରଣ ଲୋକଙ୍କ ଯାନ ତଥା ପରିବହନକାରୀ ଯାନ କଟକଣା ସମୟରେ ଉପଯୁକ୍ତ ପାର୍କିଂ ସ୍ଥାନରେ ରହି ଅପେକ୍ଷା କରିବାକୁ ପଡିବ । କଟକଣା ସମାପ୍ତ ହେବା ପରେ ପ୍ରାଥମିକତା ଭିତ୍ତିରେ ପ୍ରଥମେ ସାଧାରଣ ଲୋକଙ୍କ ଯାନକୁ ଯାତାୟତ ପାଇଁ ଛଡାଯିବ । ତେବେ କ୍ଷୁଦ୍ର ଯାନ ବ୍ୟବହାରକାରୀ ସାଧାରଣ ଲୋକ ସୁଗମ ଯାତାୟାତ ପାଇଁ ବିଶୋଇ-ଅର୍ଗଳବିନ୍ଦା-ଶଙ୍ଖାଭଙ୍ଗା-ଯୋକା-ଚନ୍ଦନପୁର-କତରା ଛକକୁ ବିକଳ୍ପ ରାସ୍ତା ଭାବରେ ବ୍ୟବହାର କରିପାରିବେ । ଯେକୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପୋଲିସ ମୁତୟନ କରିବାକୁ ବିଶୋଇ ଓ ବାଙ୍ଗିରିପୋଷି ଥାନାକୁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରାଯାଇଛି ।

Restrictions Dwarasuni Ghat Road: ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା: ନଭେମ୍ବର ୪ରୁ ୨୮ଯାଏଁ ୫ ଘଣ୍ଟା ବନ୍ଦ ରହିବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Millet Day: ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ