ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ : 06/11/26
ପବିତ୍ର ଦୀପାବଳି ଅବସରରେ ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଖୁସି ଫର୍ନିଚର ଆଣ୍ଡ ହୋଲସେଲରମାଲିକ ଶ୍ରୀ ମହେଶ୍ୱର ଦିଗାଲଙ୍କୁ ଏକ ମୂଲ୍ୟବାନ ଦୀପାବଳି ଉପହାର ପ୍ରଦାନ କରାଯାଇଛି। ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ବ୍ୟାଙ୍କ ପକ୍ଷରୁ ଏହି ଉପହାରକୁ ଆନୁଷ୍ଠାନିକ ଭାବେ ଶ୍ରୀ ମହେଶ୍ୱର ଦିଗାଲଙ୍କୁ ପ୍ରଦାନ କରିଥିଲେ। ଗ୍ରାହକଙ୍କ ପ୍ରତି ଭଲ ସମ୍ପର୍କ, ବିଶ୍ୱାସ ଓ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥଙ୍କ ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ବ୍ୟାଙ୍କ ପକ୍ଷରୁ ଏହିପରି ମୂଲ୍ୟବାନ ଗ୍ରାହକମାନଙ୍କୁ ସାକ୍ଷାତ୍ କରି ଉପହାର ପ୍ରଦାନ କରାଯାଉଛି। ଗ୍ରାହକଙ୍କ ସହ ସୁସମ୍ପର୍କ, ଆତ୍ମୀୟତା ଓ ବିଶ୍ୱାସ ବଜାୟ ରଖିବା ସହିତ ପାର୍ବଣର ଖୁସି ବାଣ୍ଟିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମ୍ମାନଜନକ ଉପହାର ଗ୍ରହଣ କରି ଖୁସି ଫର୍ନିଚର ମାଲିକ ଶ୍ରୀ ମହେଶ୍ୱର ଦିଗାଲ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ରୁଦ୍ର ପ୍ରସନ୍ନ ରଥ ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହିପରି ପଦକ୍ଷେପ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଆତ୍ମୀୟତା, ବିଶ୍ୱାସ ଓ ସୁସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିଛି।






