ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୪୧ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୫୬ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Brahmanapada Panchayat: ଭୁଲ୍‌ରେ ବ୍ରାହ୍ମଣପାଦ ପଞ୍ଚାୟତରେ ସାମିଲ ହୋଇଛି ତିନୋଟି ୱାର୍ଡ, ପସରା ପଞ୍ଚାୟତରେ ପୁନଃ ସଂଯୋଗ ଦାବି

Brahmanapada Panchayat: ଭୁଲ୍‌ରେ ବ୍ରାହ୍ମଣପାଦ ପଞ୍ଚାୟତରେ ସାମିଲ ହୋଇଛି ତିନୋଟି ୱାର୍ଡ, ପସରା ପଞ୍ଚାୟତରେ ପୁନଃ ସଂଯୋଗ ଦାବି – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ବରଡାଖୋଲ , ପାଜିଗୁଡ଼ା ଓ ରୀଙ୍ଗିବାଡ଼ି ୱାର୍ଡ ଭୁଲବଶତଃ ବ୍ରାହ୍ମଣପାଦ ପଞ୍ଚାୟତରେ ସଂଯୋଗ ହୋଇଥିବା ଅଭିଯୋଗକୁ ନେଇ ଦୀର୍ଘଦିନ ଧରି ଲାଗିରହିଛି ଅସନ୍ତୋଷ। ଏହି ସମସ୍ୟାର ସମାଧାନ ଦାବିରେ ରୀଙ୍ଗିବାଡ଼ି ଗ୍ରାମବାସୀଙ୍କ ସହ ଚକାପାଦ ବିଡିଓ ହୃଦାନନ୍ଦ ସାହୁ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୭ ମସିହା ପଞ୍ଚାୟତ ନିର୍ବାଚନଠାରୁ କୌଣସି କାରଣରୁ ପସରା ପଞ୍ଚାୟତ ଅଧୀନରେ ଥିବା ବରଡାଖୋଲ, ପାଜିଗୁଡ଼ା ଓ ରୀଙ୍ଗିବାଡ଼ି ୱାର୍ଡ ବ୍ରାହ୍ମଣପାଦ ପଞ୍ଚାୟତ ସହ ସଂଯୋଗ ହୋଇଯାଇଛି। ଫଳରେ ଉଭୟ ୱାର୍ଡର ଲୋକେ ଦୀର୍ଘ ୮ ବର୍ଷ ଧରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର କାର୍ଯ୍ୟ ସୁବିଧାରୁ ବଞ୍ଚିତ ହେବା ସହ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ। ଏପରିକି ସମସ୍ୟାର ସମାଧାନ ନହେବାରୁ ପୂର୍ବରୁ ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

Brahmanapada Panchayat: ଭୁଲ୍‌ରେ ବ୍ରାହ୍ମଣପାଦ ପଞ୍ଚାୟତରେ ସାମିଲ ହୋଇଛି ତିନୋଟି ୱାର୍ଡ, ପସରା ପଞ୍ଚାୟତରେ ପୁନଃ ସଂଯୋଗ ଦାବି – ସମୀକ୍ଷା

ତଥାପି ସମସ୍ୟାର ସମାଧାନ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଚକାପାଦ ବିଡିଓ ହୃଦାନନ୍ଦ ସାହୁ ରୀଙ୍ଗିବାଡ଼ି ଗସ୍ତ କରି ଉଭୟ ୱାର୍ଡର ଗ୍ରାମବାସୀଙ୍କୁ ଡାକି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଗ୍ରାମବାସୀମାନେ ନିଜ ଦାବିରେ ଅଟଳ ରହିବା ସହ ବରଡାଖୋଲ ଓ ରୀଙ୍ଗିବାଡ଼ି ୱାର୍ଡକୁ ବ୍ରାହ୍ମଣପାଦ ପଞ୍ଚାୟତରୁ ବାଦ୍ ଦେଇ ପୁନର୍ବାର ପସରା ପଞ୍ଚାୟତରେ ସଂଯୋଗ କରିବାକୁ ଦୃଢ଼ ଦାବି ଜଣାଇଥିଲେ। ଆଲୋଚନା ଶେଷରେ ବିଡିଓ ଶ୍ରୀ ସାହୁ ଆଗାମୀ ନିର୍ବାଚନ ଥିବାରୁ ଏହି ପ୍ରକ୍ରିୟା ତତ୍କାଳ ସମ୍ଭବ ନୁହେଁ ଏବଂ ନିର୍ବାଚନ ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ବ୍ରାହ୍ମଣପାଦ ସରପଞ୍ଚ ରଶ୍ମିତା ମଳିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ, ଏଡିଓ ସୁଶାନ୍ତ ପାତ୍ର, ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର, ଜିପିଡିଓ ଧୀରଜ କୁମାର ସାବତ ଓ ଜେଇ ସୁଶାନ୍ତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur National Legal Services Day: ଜଗତସିଂହପୁର :ଜାତୀୟ ଆଇନ ସେବା ଦିବସ ପାଳିତ