ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩୩ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୪୮ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Angul Child Care & Protection Held :ଅନୁଗୋଳରେ ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ସୁରକ୍ଷା ଉପରେ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ

Angul Child Care & Protection Held :ଅନୁଗୋଳରେ ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ସୁରକ୍ଷା ଉପରେ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା ଖବର

​ପୁଲକେଶ୍ୱର ମିଶ୍ର / ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ / ଅନୁଗୋଳ:

​ଅନୁଗୋଳ, ୧୦.୧୧: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ୟୁନିସେଫର ବୈଷୟିକ ସହଯୋଗରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ପରିବାର ଭିତ୍ତିକ ଶିଶୁ ଯତ୍ନ ଏବଂ ପରିବାରରୁ ଶିଶୁ ବିଚ୍ଛିନ୍ନତା ରୋକିବା ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆୟୋଜିତ ହେବାକୁ ଥିବା ୯ଟି “ପରିବାରଭିତ୍ତିକ ଯତ୍ନ” କର୍ମଶାଳା ମଧ୍ୟରୁ ଏହା ପଞ୍ଚମ ପର୍ଯ୍ୟାୟ ଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଶିଶୁଙ୍କ ପାଇଁ ଶେଷ ବିକଳ୍ପ ହେବା ଉଚିତ୍। ଶିଶୁମାନଙ୍କୁ ଫୋଷ୍ଟର କେୟାର ଏବଂ କିନ୍‌ସିପ୍ କେୟାର ଭଳି ପରିବାର ଭିତ୍ତିକ ସେବାରେ ସାମିଲ କରିବା ପାଇଁ ଅଧିକ ଉଦ୍ୟମ ଓ ପ୍ରଚେଷ୍ଟା କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୟୁନିସେଫ୍‌ର ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଙ୍କିତ କେଶରୀ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ। ଏଥିରେ ପରିବାରରୁ ଶିଶୁଙ୍କ ବିଚ୍ଛିନ୍ନତା ରୋକିବା, ପରିବାର ସହାୟତା ସେବାକୁ ସୁଦୃଢ଼ କରିବା, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା, ଫୋଷ୍ଟର ଓ କିନ୍‌ସିପ୍ କେୟାରର ପ୍ରସାର ଏବଂ ଅନୁଷ୍ଠାନ ଛାଡ଼ୁଥିବା ଶିଶୁମାନଙ୍କ ପାଇଁ ଆଫ୍ଟର-କେୟାର ସେବାର ସୁଧାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ଶିଶୁ ମଙ୍ଗଳ କମିଟି, ଶିଶୁ ନ୍ୟାୟ ବୋର୍ଡର ସଦସ୍ୟ, ସ୍ୱତନ୍ତ୍ର ଶିଶୁ ପୋଲିସ ୟୁନିଟ୍, ଚାଇଲ୍ଡ ହେଲ୍ପଲାଇନ୍, ମହିଳା ସଶକ୍ତିକରଣ କେନ୍ଦ୍ର ଏବଂ ୱାନ ଷ୍ଟପ୍ ସେଣ୍ଟରର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମତବ୍ୟକ୍ତ କରିଥିଲେ।

Angul Child Care & Protection Held :ଅନୁଗୋଳରେ ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ସୁରକ୍ଷା ଉପରେ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Brahmanapada Panchayat: ଭୁଲ୍‌ରେ ବ୍ରାହ୍ମଣପାଦ ପଞ୍ଚାୟତରେ ସାମିଲ ହୋଇଛି ତିନୋଟି ୱାର୍ଡ, ପସରା ପଞ୍ଚାୟତରେ ପୁନଃ ସଂଯୋଗ ଦାବି