ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୭ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୮ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୮ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

End Anarchy, Save Democracy: ଅରାଜକତା ହଟାଓ, ଗଣତନ୍ତ୍ର ବଞ୍ଚାଓ ସ୍ଲୋଗାନରେ ବିଜେପିର ସାଂଗଠନିକ ବୈଠକ ଓ ଶୋଭାଯାତ୍ରା

End Anarchy, Save Democracy: ଅରାଜକତା ହଟାଓ, ଗଣତନ୍ତ୍ର ବଞ୍ଚାଓ ସ୍ଲୋଗାନରେ ବିଜେପିର ସାଂଗଠନିକ ବୈଠକ ଓ ଶୋଭାଯାତ୍ରା – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ/ମାଲକାନଗିରି: ୧୨/୧୧/୨୬

ମାଲକାନଗିରି ବ୍ଲକ୍ ପଡ଼ିଆଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ‘ଅରାଜକତା ହଟାଓ, ଗଣତନ୍ତ୍ର ବଞ୍ଚାଓ’ ସ୍ଲୋଗାନକୁ ନେଇ ଏକ ସାଂଗଠନିକ ବୈଠକ ଓ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ଶ୍ରୀ ଅଶୋକ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଯୋଗଦେଇଥିବା ବେଳେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ନରସିଂହ ମାଡକାମୀ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ସାହୁ ମଞ୍ଚାସୀନ ଥିଲେ।ବୈଠକରେ ଉଦ୍‌ବୋଧନ ଦେଇ ମଞ୍ଚାସୀନ ଅତିଥିମାନେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ନିର୍ବାଚନ ଆୟୋଗ ଓ ବିଜେପି ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦକୁ ନେଇ ନିଜସ୍ୱ ମତ ରଖିଥିଲେ। ବିରୋଧୀଙ୍କ ଏହି ଆଭିମୁଖ୍ୟର ଜବାବ ଦେବା ପାଇଁ ବିଜେପି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଭିଡ଼ତନ୍ତ୍ର ହଟାଅ’ ଅଭିଯାନ ମାଧ୍ୟମରେ ମିଥ୍ୟା ଓ ଭ୍ରମାତ୍ମକ ସୂଚନାର ପର୍ଦ୍ଦାଫାଶ କରାଯିବ ବୋଲି ନେତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ଏହି ଅଭିଯାନକୁ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।

End Anarchy, Save Democracy: ଅରାଜକତା ହଟାଓ, ଗଣତନ୍ତ୍ର ବଞ୍ଚାଓ ସ୍ଲୋଗାନରେ ବିଜେପିର ସାଂଗଠନିକ ବୈଠକ ଓ ଶୋଭାଯାତ୍ରା – ସମୀକ୍ଷା

ଏହି କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା, ଜନପ୍ରତିନିଧି, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ବୈଠକରେ ଦଳୀୟ ନେତାମାନେ ଅଭିଯାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ମତ ରଖିବା ସହ କର୍ମୀମାନଙ୍କୁ ସାଂଗଠନିକ ଭାବେ ସକ୍ରିୟ ରହିବାକୁ ଉଦ୍‌ବୋଧନ ଦେଇଥିଲେ।ବୈଠକ ଶେଷ ହେବା ପରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପରିକ୍ରମା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତ୍ତନ ବିଧାୟକ ଡମ୍ବରୁ ସୀସା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି, ଅଧକ୍ଷା ସାବିତ୍ରୀ ପଡ଼ିଆମି,ବାଲିମେଳା ନଗର ପାଳ ପ୍ରଦୀପ ନାୟକ, ଜିଲ୍ଲା ସମ୍ପାଦକ ମାନିକଲାଲ ଚକ୍ରବର୍ତ୍ତୀ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉତ୍ସାହର ସହ ସାମିଲ ହୋଇ ଅଭିଯାନର ସ୍ଲୋଗାନ ଦେଇଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Malkangiri Youth Festival 2027 ମାଲକାନଗିରିରେ ସଫଳତାର ସହ ଅନୁଷ୍ଠିତ ହେଲା ଜିଲ୍ଲା ଯୁବ ମହୋତ୍ସବ ୨୦୨୭