ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Hidden from Public View Ghodagadhua’ Tourism: ନଜର ଆଢ଼ୁଆଳରେ କପ୍ତିପଦାର ‘ଘୋଡ଼ାଗାଧୁଆ’ ପର୍ଯ୍ୟଟନ

Hidden from Public View Ghodagadhua’ Tourism: ନଜର ଆଢ଼ୁଆଳରେ କପ୍ତିପଦାର ‘ଘୋଡ଼ାଗାଧୁଆ’ ପର୍ଯ୍ୟଟନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

କପ୍ତିପଦା, ୧୪/୧୧/୨୬ – କପ୍ତିପଦା ବ୍ଲକର ଘୋଡ଼ାଗାଧୁଆ ନାମଟି ଅନାଲୋଚିତ ସହିତ ଲୋକେ ଆଦୌ ପରିଚିତ ନୁହଁନ୍ତି । ମାତ୍ର କପ୍ତିପଦା ବ୍ଲକର ଏହା ଏକ ବହୁ ପୁରାତନ ଗ୍ରାମ । ବର୍ତ୍ତମାନ ଏହି ଗ୍ରାମଟି ପଦ୍ମପୋଖରୀ ପଂଚାୟତ ଅଧିନରେ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଗ୍ରାମଟି ଅଦ୍ୟାବଧି ପ୍ରକୃତି ବା ପରିବେଶ ପ୍ରେମୀଙ୍କ ନଜରରେ ମଧ୍ୟ ପଡ଼ିନାହିଁ । ତେଣୁ ପର୍ଯ୍ୟଟନ ରୁତୁରେ ଏଠାକୁ ଲୋକେ ବଣଭୋଜି କରିବାକୁ ଆସନ୍ତି ନାହିଁ । ମତ ଅନୁସାରେ ଇଂରେଜ ସରକାରଙ୍କ ରାଜତ୍ୱକାଳରେ କପ୍ତିପଦାରେ ରାଜା ଶାସନ ଚାଲିଥିଲା । ରାଜାଙ୍କ ନିର୍ଦ୍ଦେଶରେ ଏଠାରେ ଘୋଡ଼ାଶାଳ ଖୋଲାଯିବା ସହ କିଛି ଲୋକଙ୍କୁ ଶାଳର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ମିଳିଥିଲା । ଉକ୍ତ ଘୋଡ଼ାଶାଳ ନିକଟ ଦେଇ ପ୍ରବାହିତ ଝରଣାରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଘୋଡ଼ା ମାନଙ୍କୁ ଗାଧୋଇବାକୁ ନେଉଥିଲେ । ସେବେଠାରୁ ଏହି ଗ୍ରାମଟି ଘୋଡ଼ାଗାଧୁଆ ନାମରେ ପରିଚିତ । ସେଠି ଏବେ ଆଉ ଘୋଡ଼ା ନାହାଁନ୍ତି କି ଶାଳମଧ୍ୟ ନାହିଁ ।

Hidden from Public View Ghodagadhua’ Tourism: ନଜର ଆଢ଼ୁଆଳରେ କପ୍ତିପଦାର ‘ଘୋଡ଼ାଗାଧୁଆ’ ପର୍ଯ୍ୟଟନ – ସମୀକ୍ଷା

କିନ୍ତୁ ପୁରୁଷାନୁକ୍ରମେ ଏଠାରେ ନିଯୁକ୍ତି ପାଇଥିବା ରାଜକର୍ମଚାରୀ ମାନେ ବସବାସ କରିଆସୁଛନ୍ତି । ଏହି ରାଜ କର୍ମଚାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ମଧ୍ୟ ଜମି ପଟ୍ଟା ପାଇନାହାଁନ୍ତି । ଫଳରେ ଆବାସ ଯୋଜନାରେ ଘର, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ଇତ୍ୟାଦି ନପାଇ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଯାତାୟତ ପାଇଁ ରାସ୍ତା ଠିକ୍ ନଥିବାରୁ ପ୍ରାୟ ୫ କିମି ରାସ୍ତା ପାଦରେ ଚାଲିଚାଲି ଯିବାକୁ ପଡ଼ୁଛି । ଦୈନନ୍ଦିନର ଗୁଜୁରାଣ ମେଂଟାଇବା ପାଇଁ କୌଣସି କାମଧନ୍ଦା ମିଳୁନଥିବାରୁ ଏହି ଗ୍ରାମର ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୂୁ ବାହାରକୁ ଯାଉଛନ୍ତି । ରାଜ୍ୟ ସରକାର ଏହି ଗ୍ରାମବାସୀଙ୍କର ଦୁଃଖ ଓ ସମସ୍ୟା ବୁଝି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜନଜାଗୃତି ମଂଚର ସ୍ୱେଛାସେବୀ ମାନେ ଅନୁରୋଧ ଜଣାଇଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Adivasi Sengel Abhiyan: ସାରନା ଧର୍ମ କୋଡ୍ ମାନ୍ୟତା ଦାବିରେ ଆଦିବାସୀ ସେଙ୍ଗେଲ ପକ୍ଷରୁ ସରହାୟ ପାରାବ ଜାଜଲେ ଜୁଲୁସ୍