ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ଆସ୍ଥା, ନିଷ୍ଠା ଓ ଭକ୍ତିର ଅପୂର୍ବ ସମନ୍ୱୟର ପର୍ବ ଛଟ୍‌ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କରଞ୍ଜିଆ ସହର ସମେତ ସମଗ୍ର ପାଞ୍ଚପୀଢ଼ ଉପଖଣ୍ଡ। ଛଟ୍‌ପୂଜାର ତୃତୀୟ ଦିନ ଅର୍ଥାତ୍ ଛୋଟ ପର୍ବରେ ଆଜି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରିଛନ୍ତି ବ୍ରତଧାରୀ। ଏହି ଅବସରରେ କରଞ୍ଜିଆ ସହର ସଂଲଗ୍ନ ସାହାରପଡ଼ା ରାସ୍ତାରେ ଥିବା ଦେଓନଦୀ ତଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଭକ୍ତିମୟ ପରିବେଶ ବେଶ୍ ଆକର୍ଷଣୀୟ ହୋଇଥିଲା। ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଆସି କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୀଭାଷୀ ଓ ବିହାରୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ରୀତିନୀତିରେ ଏହି ମହାପର୍ବ ପାଳନ କରିଆସୁଛନ୍ତି। ପରିବାରର ସୁଖ, ସମୃଦ୍ଧି, ସନ୍ତାନସନ୍ତତିଙ୍କ ମଙ୍ଗଳ ଓ ପ୍ରିୟଜନଙ୍କ ଦୀର୍ଘାୟୁ କାମନା କରି ସୂର୍ଯ୍ୟଦେବ ଏବଂ ଛଟୀ ମାତାଙ୍କ ନିକଟରେ ବ୍ରତଧାରୀମାନେ ନିଜକୁ ସମର୍ପିତ କରିଥାନ୍ତି।

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା

ଚାରିଦିନ ଧରି ପାଳିତ ହେଉଥିବା ଏହି କଠୋର ବ୍ରତରେ ଶୁଦ୍ଧତା, ସଂଯମ ଓ ନିଷ୍ଠାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ପ୍ରଥମ ଦିନ ‘ନହାୟ-ଖାୟ’ରେ ବ୍ରତଧାରୀମାନେ ସ୍ନାନ କରି ଘର ଓ ପରିବେଶକୁ ଶୁଦ୍ଧ କରିବା ପରେ ପାରମ୍ପରିକ ଲାଉ-ଭାତ ଭୋଜନ କରି ବ୍ରତ ଆରମ୍ଭ କରନ୍ତି। ଦ୍ୱିତୀୟ ଦିନ ‘ଖର୍ଣ୍ଣା’ରେ ଦିନତମାମ ଉପବାସ ରହି ସନ୍ଧ୍ୟାରେ ଗୁଡ଼ରେ ପ୍ରସ୍ତୁତ କ୍ଷୀରି ଓ ରୁଟି ଭୋଗ ଅର୍ପଣ କରି ପ୍ରସାଦ ଗ୍ରହଣ କରନ୍ତି।

ତୃତୀୟ ଦିନ ଅର୍ଥାତ୍ ଛୋଟ ପର୍ବରେ ଘରେ ଘରେ ଛଟ୍‌ପୂଜାର ସ୍ୱତନ୍ତ୍ର ପ୍ରସାଦ ପ୍ରସ୍ତୁତ ହୋଇଥାଏ। ଠେକୁଆ, ଚାଉଳ ଲଡ଼ୁ, ବିଭିନ୍ନ ଫଳମୂଳ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀକୁ ପୂଜା ଥାଳିରେ ସଜାଇ ବ୍ରତଧାରୀମାନେ ନଦୀ ଓ ଜଳାଶୟ କୂଳରେ ପହଞ୍ଚିଥାନ୍ତି। ସେଠାରେ ଜଳରେ ଠିଆ ହୋଇ ଅସ୍ତଗାମୀ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଅର୍ପଣ କରି ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ଦେଓନଦୀ କୂଳରେ ବ୍ରତଧାରୀଙ୍କ ସହ ପରିବାରବର୍ଗ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଆସନ୍ତାକାଲି ଚତୁର୍ଥ ତଥା ଶେଷ ଦିନରେ କାର୍ତ୍ତିକ ଶୁକ୍ଳ ସପ୍ତମୀ ତିଥିରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଅର୍ଘ୍ୟ ଅର୍ପଣ କରିବା ପରେ ବ୍ରତଧାରୀମାନେ ବ୍ରତ ଉଦ୍‌ଯାପନ କରିବେ। ଏହି ପର୍ବରେ ମହିଳାମାନଙ୍କ ସଂଖ୍ୟା ଅଧିକ ଥିବାବେଳେ ପୁରୁଷମାନେ ମଧ୍ୟ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ଛଟ୍‌ପୂଜା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ପ୍ରକୃତି, ଜଳ ଓ ସୂର୍ଯ୍ୟଙ୍କ ପ୍ରତି ମଣିଷର କୃତଜ୍ଞତା ଏବଂ ପାରିବାରିକ ଏକତାର ଏକ ଅନନ୍ୟ ପ୍ରତୀକ। କରଞ୍ଜିଆ ଛଟ୍‌ପୂଜା କମିଟି ପକ୍ଷରୁ ସଭାପତି ନାରାୟଣ ସାଉ ସୋନାର, ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ସମେତ ଜିତେନ୍ଦ୍ର ସିଂ, ନଗେନ୍ଦ୍ର ସିଂ, ଚନ୍ଦ୍ରଭୂଷଣ ସାହୁ, ବିନୋଦ ସାହୁ, ଚନ୍ଦନେଶ୍ୱର ଠାକୁର, ଚନ୍ଦ୍ରିକା ଠାକୁର, ମୁନା ସାହୁ ଓ ରାଜୁ ଜୟସ୍ୱାଲ ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Hidden from Public View Ghodagadhua’ Tourism: ନଜର ଆଢ଼ୁଆଳରେ କପ୍ତିପଦାର ‘ଘୋଡ଼ାଗାଧୁଆ’ ପର୍ଯ୍ୟଟନ