ଶ୍ମଶାନ ଜମି ଚିହ୍ନଟରେ ବିଳମ୍ବ, ବଢ଼ୁଛି ଗ୍ରାମବାସୀଙ୍କ ଦୁର୍ଦ୍ଦଶା
ସରକାରୀ ରେକର୍ଡରେ ୩ ଏକରରୁ ଊର୍ଦ୍ଧ୍ୱ ଜମି, ତଥାପି ଶବ ସତ୍କାର ପାଇଁ ନାନା ସମସ୍ୟା ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୨୯ ସେପ୍ଟେମ୍ବର: ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା…