ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

samikshanews

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ – ସମୀକ୍ଷା ଖବର

ମୁରିବାହାଲ: କିରାନା ଦୋକାନରେ ଲାଗିଲା ନିଆଁ: ଜଳିଗଲେ ମହିଳା, ସାମଗ୍ରୀ ପୋଡ଼ି ପାଉଁଶ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ମୁରିବାହାଲ, ତା ୨୩/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଗ୍ରାମରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ଗୋପାଳ ଦୋରା ଦୋକାନରେ ପୂଜା କରି ଦୀପ ଜାଳିଥିଲେ। ପରେ ପବନ ଆସିବାରୁ ଦୀପଟି କିରାନା ଦୋକାନରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସିଥିଲା। ଫଳରେ ଦୋକାନଟି ଜଳିଯାଇଥିଲା। ଏହି ସମୟରେ ଗୋପାଳ ଦୋରାଙ୍କ ମାଆ ଦ୍ରୌପଦୀ ଦୋରା ଦୋକାନରେ ଥିବା ଟଙ୍କା ପୋଡ଼ିଯିବ ଭାବି ଆଣିବାକୁ ଯିବା…

Read More
ଉତ୍ସାହର ସହ ଚାଲିଛି ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି – ସମୀକ୍ଷା ଖବର

ଉତ୍ସାହର ସହ ଚାଲିଛି ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଅଭିବ୍ୟକ୍ତି

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ: କେନ୍ଦୁଝର, ୨୪/୦୯: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱବୋଧ, ସୃଜନଶୀଳତା ଓ ନିଜସ୍ୱ ଚିନ୍ତନଶକ୍ତିର ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା, କେନ୍ଦୁଝର ପକ୍ଷରୁ ଜିଲ୍ଲାସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆଜି କେନ୍ଦୁଝର ସହରସ୍ଥିତ ପିଏମ୍‌ ଶ୍ରୀ ଡି.ଏନ୍‌. ହାଇସ୍କୁଲ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଜିଲ୍ଲାସ୍ତରୀୟ ଆୟୋଜନରେ ଯୋଗଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ…

Read More
ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ – ସମୀକ୍ଷା ଖବର

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର ଭୁବନେଶ୍ବର/କଟକ, ୨୪ ସେପ୍ଟେମ୍ବର ୨୦୨୬: କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ-୨୦୨୬ ପାଳିତ ହୋଇଛି। ଜଳ ସମ୍ପଦ ବିଭାଗ ଏବଂ ସାମୁଦ୍ରିକ ସଂଗ୍ରହାଳୟ ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ। ଏହି ଅବସରରେ ସାମୁଦ୍ରିକ ଐତିହ୍ୟକୁ ଆଧାର କରି ବାଲୁକା ଶିଳ୍ପ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶାର…

Read More
କଳିଙ୍ଗା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ: କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ – ସମୀକ୍ଷା ଖବର

କଳିଙ୍ଗା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ: କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ: ବାତ୍ୟାର ପ୍ରଭାବରେ ପ୍ରକୃତିର ରୂଦ୍ରରୂପ! ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନର ଆଶଙ୍କା ଦେଖାଦେବା ପରେ କନ୍ଧମାଳର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ରାସ୍ତାରେ ଲାଗିଛି ସମ୍ପୂର୍ଣ୍ଣ କଟକଣା। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘାଟି ଦେଇ ସମସ୍ତ ପ୍ରକାର ଯାତାୟାତକୁ ନିଷିଦ୍ଧ କରିଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶନାମା ସଂଖ୍ୟା ୯୮୮/Emg., ତାରିଖ ୨୪/୦୯/୨୦୨୬ ଅନୁଯାୟୀ ଏହି କଟକଣା ଜାରି ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସୂଚନା…

Read More
ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା ଖବର

ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋଡ଼େନରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ସମୀକ୍ଷା ନ୍ୟୁଜ: ବୋଡେ଼ନ/ନୂଆପଡା ତାରିଖ-24-09-2026 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ର ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ବହୁ ଧୁମ୍ଧାମରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ପ୍ରୋଗ୍ରାମ ଅଫିସର ଶଙ୍କର ମେହେର ସଂଯୋଜନା କରିଥିବା ବେଳେ ବକ୍ତା ଭାବେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସାମୁଏଲ ଦାନୀ ମଞ୍ଚାଷିନ ଥିଲେ। ଜାତୀୟ ସେବା…

Read More
ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ – ସମୀକ୍ଷା ଖବର

ଧଉଳି ଠାରେ ପାଳିତ ହେଲା ଏନ ଏସ ଏସ ଦିବସ

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ଭୁବନେଶ୍ୱର , 24/09/2026 ରିଖ- ଧଉଳି ଶାନ୍ତି ସ୍ତୁପର ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ ଏସ ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ଵେଚ୍ଛାସେବୀଙ୍କ ଦ୍ୱାରା ଏହି ଦିବସ ପାଳନ କରାଯାଇଅଛି । ଏହି ଅବସରରେ ମହାବିଦ୍ୟାଳୟର କେମ୍ପସ ସଫା, ଆଣ୍ଟି କରପସନ, ସାଇବର କ୍ରାଇମ,…

Read More
ଟିଟିଲାଗଡ଼: ଗାଁ ରାସ୍ତା ରୁ ବି ଆହୁରି ଶୋଚନୀୟ ସହରର ମୁଖ୍ୟ ରାସ୍ତା – ସମୀକ୍ଷା ଖବର

ଟିଟିଲାଗଡ଼: ଗାଁ ରାସ୍ତା ରୁ ବି ଆହୁରି ଶୋଚନୀୟ ସହରର ମୁଖ୍ୟ ରାସ୍ତା

ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ: ଟିଟିଲାଗଡ଼ ସହର ମୁଖ୍ୟ ରାସ୍ତା ସଡ଼କ ଗୁଡିକ ଏବେ କଦର୍ଯ୍ୟ ହୋଇ ପଡିଛି l ସ୍ଥାନେ ସ୍ଥାନେ ବଡ଼ ବଡ଼ ଗାତ, ଖାଲ, ଖମା ରେ ଭର୍ତ୍ତି ରହିଛି l ପୁଣି ତୁହା କୁ ତୁହା ବର୍ଷା ଯୋଗୁଁ ଗାତ ଗୁଡିକ ରେ ପାଣି ଭର୍ତ୍ତି ରହିବା ଯୋଗୁଁ କୃତିମ ପୋଖରୀ ର ଭ୍ରମ ସୃଷ୍ଟି କରୁଛି l ସାଧାରଣ ଲୋକେ ଯାତାୟାତ କରିବା ସମୟରେ ନାହିଁ ନ ଥିବା…

Read More
କଳାହାଣ୍ଡି _ ପୁଣି ଥରେ ସ୍କୁଲ ଛୁଟି ଘୋଷଣା – ସମୀକ୍ଷା ଖବର

କଳାହାଣ୍ଡି _ ପୁଣି ଥରେ ସ୍କୁଲ ଛୁଟି ଘୋଷଣା

ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଗଭୀର ଅବପାତ କାରଣରୁ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ ସମେତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ…

Read More
କଲ୍ୟାଣ ସିଂହପୁର: ରନ୍ଧା ମଦ ଓ ଦେଶୀବିଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା – ସମୀକ୍ଷା ଖବର

କଲ୍ୟାଣ ସିଂହପୁର: ରନ୍ଧା ମଦ ଓ ଦେଶୀବିଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଅଭିଳାଷ ମହାନନ୍ଦିଆ/ସମୀକ୍ଷା ନିୟୁଜ/ କଲ୍ୟାଣ ସିଂହପୁର ୨୪/୦୯/୨୦୨୬: ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧକାତିପାଡ଼ୁ ଓ ପୋଲମା ପଞ୍ଚାୟତ ର ପୋଙ୍ଗଲୀ ଅଡୁଗୁଡା ଗ୍ରାମର ମହିଳା ମାନେ ରନ୍ଧା ମଦ ଓ ଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡି ବାହାରିଥିବା ଦେଖିବାକୁ ମିଳିଛି। ଗ୍ରାମର ପୁରୁଷ ମାନେ ରନ୍ଧା ମଦ ଓ ଦେଶୀ ମଦ ଖାଇ  ପ୍ରାୟ ସମୟରେ ଲୋକଙ୍କସହ ଝଗଡା, ଘରେ ଅଶାନ୍ତି,ରୋଗାକ୍ରାନ୍ତ ହେଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ…

Read More
ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ – ସମୀକ୍ଷା ଖବର

ରାଇକିଆ – ବାଲିଗୁଡ଼ା ରାସ୍ତାର ଲକେବାଡ଼ିଠାରେ ଯାତାୟାତା ବାଧାପ୍ରାପ୍ତ

ମହେଶ୍ୱର ଦିଗାଳ /ଡିଭିଜନାଲ ସାମ୍ବାଦିକ ସମୀକ୍ଷା ନିୟୁଜ କନ୍ଧମାଳ/ରାଇକିଆ : ତା-୨୪/୦୯/୨୬ରାଜ୍ୟରେ ବାତ୍ୟା ହେବାର ଆଶଙ୍କା ପ୍ରକାଶ କରି ସାରା ରାଜ୍ୟରେ ପ୍ରଶାସନର ତରଫରୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଲଗାଣ ବର୍ଷା ସ୍ଥାନେ ସ୍ଥାନେ ଲାଗିରହିଛି । କେତେକ ଅଞ୍ଚଳରେ ଜଳବନ୍ଦୀ, ଗଛଡାଳ ପଡ଼ି ମୁଖ୍ୟ ରାସ୍ତା ଅବୋରଧ ହୋଇ ପଡ଼ିଛି । ଏ ଭଳି ପରିସ୍ଥିତିକୁ ନଜର ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । କନ୍ଧମାଳ ଜିଲ୍ଲାର ସମ୍ଭାବ୍ୟ…

Read More