ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ
ଜନାବ ଖାନ/ସ୍ୱତନ୍ତ୍ର ପ୍ରତିନିଧି/ବଲାଙ୍ଗୀର/ସମୀକ୍ଷା ନ୍ୟୁଜ: ବଲାଙ୍ଗୀର, ୦୮.୧୦.୨୦୨୬ :- ଏମଏମଡିଆର ବିଲ୍କୁ ବିରୋଧ କରିବା ସହ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ କଣ୍ଟାବାଞ୍ଜି ସହରରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ସହର ପ୍ରାୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟାବାଞ୍ଜି ସହରର ପ୍ରାୟ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା।…